www.samajalive.in
Friday, December 12, 2025
26.1 C
Bhubaneswar

ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ୧୦ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି

କରୋନା ମହାମାରୀ ଜନିତ ଲକ ଡାଉନ ସମୟରେ ଭାରତୀୟ ରେଳବାଇ ୬ଟି ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛି। ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ ସେପ୍ଟେମ୍ବର ୨୫ ସୁଦ୍ଧା ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ୧୦ ଲକ୍ଷ ୬୬ ହଜାର ୨୪୬ଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିବା ରେଳବାଇ ସୂଚନା ଦେଇଛି।

ରେଳବାଇ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ପ୍ରକଳ୍ପଗୁଡିକରେ ଅଗ୍ରଗତି ଏବଂ ଏହି ରାଜ୍ୟଗୁଡିକର ପ୍ରବାସୀ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ ସୁଯୋଗ ସୃଷ୍ଟି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ରାଜ୍ୟଗୁଡିକରେ ପ୍ରାୟ ୧୬୪ଟି ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୫ ସୁଦ୍ଧା ଏହି ଅଭିଯାନରେ ୧୨ ହଜାର ୨୭୬ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି ଏବଂ ପ୍ରକଳ୍ପଗୁଡିକ ପାଇଁ କଣ୍ଟ୍ରାକ୍ଟରମାନଙ୍କୁ ୨୧୯୦.୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

- Advertisement -

ରେଳବାଇ କାର୍ଯ୍ୟକାରୀ କରୁଥିବା ପ୍ରକଳ୍ପଗୁଡିକ ମଧ୍ୟରେ ଲେବଲ କ୍ରସିଂ ପାଇଁ ଆପ୍ରୋଚ ସଡ଼କ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ, ଟ୍ରାକରେ ଥିବା ଜଳପଥ, ଖାଲ ଏବଂ ଡ୍ରେନର ବିକାଶ ଏବଂ ସଫା କରିବା, ରେଳ ଷ୍ଟେସନକୁ ଥିବା ରାସ୍ତା ନିର୍ମାଣ ଏବଂ ରକ୍ଷଣାବେକ୍ଷଣ, ରେଳ ବନ୍ଧର ମରାମତି ଏବଂ ପ୍ରଶସ୍ତିକରଣ, ରେଳ ଜମିର ସୀମାରେ ବୃକ୍ଷରୋପଣ ଏବଂ ରେଳ ପୋଲର ସୁରକ୍ଷା କାର୍ଯ୍ୟ ରହିଛି।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରି ସହର ଏବଂ ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏହି ୧୨୫ ଦିନିଆ ଅଭିଯାନରେ ୧୧୬ଟି ଜିଲ୍ଲାରେ ୨୫ ପ୍ରକାର କାର୍ଯ୍ୟ କରାଯାଉଛି ଯେଉଁଥିରେ ୬ଟି ରାଜ୍ୟ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡିଶାର ପ୍ରବାସୀ ଶ୍ରମିକ ଅଧିକ ସଂଖ୍ୟାରେ ସାମିଲ ହୋଇଛନ୍ତି।

ଏହି ଅଭିଯାନରେ ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତିରାଜ, ସଡକ ପରିବହନ ଏବଂ ରାଜପଥ, ଖଣି, ପାନୀୟ ଜଳ ଏବଂ ପରିମଳ, ପରିବେଶ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି, ସୀମା ସଡ଼କ, ଟେଲିକମ୍ ଏବଂ କୃଷି ଭଳି ୧୨ଟି ମନ୍ତ୍ରଣାଳୟ ସାମିଲ ହୋଇଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories