www.samajalive.in
Sunday, December 14, 2025
14.1 C
Bhubaneswar

ନବରଙ୍ଗପୁର ସହର ରାସ୍ତାରେ ଅଳିଆଗଦା

ନବରଙ୍ଗପୁର: ନବରଙ୍ଗପୁର ସହରାଞ୍ଚଳରେ ଅଳିଆ ଗଦାଗଦା ପଡି ରହିଛି। ସହରର ବିଭିନ୍ନ ସାହି ଓ ଗଳିରେ ଦୀର୍ଘଦିନଧରି ଅଳିଆ ପଡି ରହୁଥିବାବେଳେ ନିୟମିତ ଭାବେ ତାର ସଫା କରାଯାଉ ନ ଥିବା ସାହି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ସହର ନୂଆବନ୍ଧ ସାହି ତ୍ରିନାଥ ମନ୍ଦିର ସାମନାରେ ମାଟି ଓ ଅଳିଆଗଦା ଭରି ହୋଇ ରହିଥିବାବେଳେ ମନ୍ଦିରର ପାଚେରୀକୁ ଲାଗି ଅଳିଆ ଜମା ହୋଇରହିଛି। ବର୍ଷାହେଲେ ଏହି ସାହିରେ ପାଣି ଭରି ରହୁଥିବାବେଳେ ନାଳ ଗୁଡିକ ରେ ଅଳିଆ ଭର୍ତ୍ତୀ ଯୋଗୁଁ ରାସ୍ତା ଉପରେ ମଇଳାପାଣି ଭାସୁଥିବା ଦେଖିବାକୁ ମିଳୁଛି। ସେହିପରି ସୈାରାସାହି ଓ ବଡହରିଜନ ସାହିର ରାସ୍ତା ଦୁଇ କଡରେ ଅଳିଆ ଭରିରହିଛି। ରାସ୍ତାକଡରେ ମଣିଷ ,ଘୁଷୁରୀ ଓ କୁକୁର ମଳତ୍ୟାଗ କରୁଥିବାରୁ ପରିବେଶ ଅତି ଦୁର୍ଗନ୍ଧମୟ ହୋଇଛି। ତେଲିସାହି ଛକ ରାସ୍ତା ପାଶ୍ୱର୍ରେ ବହୁଦିନ ଧରି ମାଟି, ଅଳିଆ ଆବର୍ଜନା ପଡିରହିଛି। ନୂଆବନ୍ଧ ସାହିଠାରୁ ପୋଖରୀ ଦେଇ କଲେଜ ରାସ୍ତାର ମୁଖ୍ୟ ନାଳ ସଫେଇ କରାଯାଇଛି। ଏହି ବଡନାଳ ଦେଇ ସହରର ଗୋଟିଏ ଅଂଶର ଦୂଷିତପାଣି ନିଷ୍କାସିତ ହୋଇଥାଏ।

ଆସନ୍ତା ବର୍ଷାଦିନକୁ ଦୃଷ୍ଟିରେ ରଖି ଏହି ନାଳକୁ ଖୋଳାଯାଇ ସମସ୍ତ ପୋତାମାଟି ବାହାର କରାଯାଇଛି। ତେବେ ଏହି ନାଳରୁ ପୁତଗନ୍ଧମୟ କଳାକାଦୁଅକୁ କଡାଯାଇ ରାସ୍ତା ଉପରେ ପକାଇ ଦିଆଯାଇଛି। ଫଳରେ ଏହି ଅଞ୍ଚଳ ରେଡ୍ଡି କଲୋନୀରେ ବସବାସ କରୁଥିବା ଲୋକ ମାନେ ନାନାପ୍ରକାର ପଚାସଡା ଦୁର୍ଗନ୍ଧର ଶୀକାର ହେଉଥିବା ଅଭିଯୋଗ ହୋଇଛି। ଏହା ଛଡା ଏହି ରାସ୍ତା ନନ୍ଦାହାଣ୍ଡି ବ୍ଳକ ଅଞ୍ଚଳ ସମେତ ଜିଲା ଡାକ୍ତରଖାନା , ଜିଲା ଅଦାଲତ ସମେତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଅଫିସକୁ ଯାତାୟତ କରୁଛନ୍ତି। ସହର ଉପକଣ୍ଠ ମିର୍ଗାନଗୁଡା ,କୋଇଗୁଡା, ନୂଆଗଡ ଓ ରଙ୍ଗମାଟି ଗୁଡା ରହିଥିବାବେଳେ ଏହି ରାସ୍ତାଦେ ନିୟମିତ ଭାବେ ଲୋକ ମାନେ ଯାତାୟତ କରୁଛନ୍ତ ି। ତେବେ ଗତଦୁଇଦିନ ହେଲା ଏହି ନାଳକୁ ସଫା କରାଯାଇ ନାଳର ଅଳିଆ ଆବର୍ଜନାକୁ ରାସ୍ତା କଡଉପରେ ପକାଇ ଦିଆଯାଇଥିବାବେଳେ ଏହି ଦୁର୍ଗନ୍ଧମୟ ଜୀବାଣୁଯୁକ୍ତ ଅଳିଆପାଣି ରାସ୍ତା ଉପରେ ଭାସୁଛି। ଏହି ରାସ୍ତା ଦେଇ ଲୋକମାନେ ଯାତ୍ରାୟତ ସମୟରେ ନାକରେ ରୁମାଲ ଦେବାକୁ ବାଧ୍ୟ ହେଉଛନ୍ତି। ତେବେ ନାଳ ସଫେଇ ପରେ ବାହାରିଥିବା ଅଳିଆକୁ ତୁରନ୍ତ ବାହାରକୁ ନିଆନଯାଇ ଏଠାରେହିଁ ପକାଇ ଦିଆଯାଇଥିବାରୁ ଏହାଦ୍ୱାରା ସଂକ୍ରମଣର ଭୟ ଦେଖାଦେଇଛି। ତେବେ ପୈାରପାଳିକା ପକ୍ଷରୁ ନାଳ ସଫେଇ କରାଯାଇଥିବାବେଳେ କାହିଁକି ତୁରନ୍ତ କଡାଯାଇଥିବା ଅଳିଆକୁ ବାହାରୁ ନିଆଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଛି। ତେବେ ଏ ସଂପର୍କରେ ପୈାରନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ବର୍ଷାଦିନ ପୂର୍ବରୁ ଏହି ବଡନାଳ ସଫେଇର ଜରୁରୀ ଆବଶ୍ୟକତା ଥିଲା। ତେବେ ସଟ୍‍ଡାଉନ ଥିବାରୁ ରାସ୍ତାରୁ ଅଳିଆ କଡାଯାଇ ପାରିନଥିବାବେଳେ ସୋମବରଦିନ ନିଶ୍ଚିତ ଭାବେ ବାହାରକୁ ନେଇ ପକାଯିବ ବୋଲି କହିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories