www.samajalive.in
Sunday, December 14, 2025
23.1 C
Bhubaneswar

ବିଜ୍ଞାପନରେ ସୀମିତ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ

ବେଗୁନିଆ : ଗାଁ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହାର ପରିଚାଳନା ଦାୟିତ୍ବ ଅଙ୍ଗନୱାଡି କର୍ମୀମାନଙ୍କୁ ଦିଆଯାଇଛି। ଗାଁ କଲ୍ୟାଣ ସମିତି ଦ୍ୱାରା ଗାଁର ଲୋକମାନଙ୍କୁ ବିଭିନ୍ନ ସଂକ୍ରାମକ ରୋଗ ବିଷୟରେ ସଚେତନ କରାଇବା ଓ ଗାଁର ପରିବେଶକୁ ସଫା ସୁତୁରା ରଖିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ । ମାତ୍ର ବେଗୁନିଆ ବ୍ଲକ ଅଞ୍ଚଳରେ ଏହି ଗାଁ କଲ୍ୟାଣ ସମିତି ତାର ଲକ୍ଷ୍ୟ ଠାରୁ ଧୀରେ ଧୀରେ ଦୁରେଇ ଯାଇଥିବାର ଦେଖିବାକୁ ମିଳୁଛି। କେବଳ କେତେକ ସରକାରୀ କାନ୍ଥରେ ଏହି ଯୋଜନାର କାର୍ଯ୍ୟକ୍ରମ ବିଜ୍ଞାପନ ମାଧ୍ୟମରେ ସୀମିତ ଥିବା ନଚେତ କାଁ ଭାଁ କେଉଁଠି କେମିତି ଗାଁ ଦାଣ୍ଡରେ ଅଳିଆ ପକାଇବା ପାଇଁ ଦୁଇ ତିନୋଟି ସିମେଣ୍ଟ ନନ୍ଦ ରଖାଯାଇ ସେଥିରେ ଗ୍ରାମର ନାମ ଏବଂ ଗାଁ କଲ୍ୟାଣ ସମିତି ଲେଖାହୋଇଥିବାର ଦେଖିବାକୁ ମିଳୁଛି ।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଗାଁ କଲ୍ୟାଣ ସମିତି ତରଫରୁ ଆଉ କେଉଁଠି ଜଳଛତ୍ର ଖୋଲାଯାଉ ଥିବାର ଦେଖିବାକୁ ମିଳୁନାହିଁ । ଗାଁ ଦାଣ୍ଡରେ ଜମା ହୋଇ ରହୁଥିବା ପାଣି ଓ ଅଳିଆ ଆବର୍ଜନାରୁ ସଂକ୍ରାମକ ରୋଗ ବ୍ୟାପୁଥିବାବେଳେ ଗାଁ କଲ୍ୟାଣ ସମିତି ଏହିସବୁ ସଂକ୍ରାମକ କିପରି ନ ବ୍ୟାପିବ ସେ ସମ୍ପର୍କରେ ସଚେତନତା କରିବା କଥା । ଏଥି ସହ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଗାଁ କଲ୍ୟାଣ ସମିତି ଦ୍ୱାରା ସେପରି ସଚେତନତା କାର୍ଯ୍ୟକ୍ରମ କରାଯାଉ ନାହିଁ । ଏହିସବୁ କାର୍ଯ୍ୟକ୍ରମ କରିବା ପାଇଁ ଅଙ୍ଗନୱାଡି କର୍ମୀଙ୍କୁ ବାର୍ଷିକ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥାଏ। ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଏକ କମିଟି କରାଯାଇ ଯେଉଁସବୁ ସଚେତନତା କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଥାଏ । ମାତ୍ର ବହୁତ ଗ୍ରାମରେ ଏହି ଗାଁ କଲ୍ୟାଣ ସମିତିର ବୈଠକ ଠିକ ଭାବରେ ହେଉନଥିବା ନେଇ ଅଭିଯୋଗ ହେଉଛି।କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ସମିତିର ସଭ୍ୟା- ସଭ୍ୟ ଥିବା ଓ ପ୍ରୋତ୍ସାହନ ରାଶିକୁ ହରିଲୁଟ୍ କରୁଥିବା ଅଭିଯୋଗ ହେଉଛି । ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି କାଗଜପତ୍ର ରେ କାମ କରୁଥିବାବେଳେ ତଳସ୍ତରରେ ଏହାର କାର୍ଯ୍ୟାବଳୀକୁ କେହି ତଦାରଖ କରୁନଥିବାରୁ ସରକାରୀ ଅନୁଦାନ ତୋଷରପାତ ହେଉଥିବାବେଳେ ସମିତି ଗୁଡିକ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବାର ଦେଖିବାକୁ ମିଳୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories