୩୬ କେ.ଜି. ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେରେଡି ଛକ ନିକଟରେ ଅବକାରୀ ବିଭାଗ ଦ୍ଵାରା ଏକ ଗାଡ଼ିରୁ ଛତିଶ କିଲୋ ଗଞ୍ଜେଇ ଜବତ କରାଯାଇଛି। କଇଁଝରଠାରୁ ଅନୁଗୁଳ ଜିଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ମାଡ଼ି ବସିଲା ଅବକାରୀ ଟିମ। ପୂର୍ବ ସୁଚନା ଅନୁସାରେ ଅବକାରୀ ଟିମ୍ କେରେଡି ଛକ ନିକଟରେ ଛପି ରହି ଗଞ୍ଜେଇ ଚାଲାଣ ହେଉଥିବା ଗାଡିଟିକୁ ଧରିବାରେ ସଫଳ ହେଇ ତିନି ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ଖଣ୍ଡପା ଥାନା ଅନ୍ତର୍ଗତ ସଲଣ୍ଡା ଗ୍ରାମର ଜଗା ପ୍ରଧାନ , ଖୁସାକିଲା ଗ୍ରାମର ରୁତନ ସାହୁ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣୀପାଲି ଗ୍ରାମର ପଞ୍ଚାନନ ବେହେରା ।

ଏନେଇ ଫୁଲବାଣୀ  ଅବକାରୀ କେସ୍ ନମ୍ବର୍ 102/24 ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା। ଚଢ଼ାଉବେଳେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଭବାନୀ ଶଙ୍କର ସେଠୀ, ଅବକାରୀ ଏଏସଆଇ ସୁଜିତ୍ କୁମାର ମୁଦୁଲି, ଅବକାରୀ କନେଷ୍ଟବଳ ଭୃଗୁପତି ଦିଗାଲ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ । ଜବତ ଗଞ୍ଜେଇ ସହିତ ଗାଡ଼ିର ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି ।

କୋଡ଼ିଏ ଫୁଟ ତଳକୁ ଖସିଲା ଇଟା ବୋଝେଇ ଟ୍ରାକ୍ଟର, ୮ ଆହତ

Comments are closed.