OMC 1 banner

୩.୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଅବକାରୀ ସ୍କ୍ୱାର୍ଡ ଆଜି ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତଙ୍କଠାରୁ ୩ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏକ ବାଇକ ଜବତ ହୋଇଛି । ସୂଚନା ଅନୁଯାୟୀ ଅଭିଯୁକ୍ତ ମୁଖ୍ୟବନ୍ତ ଯୋଶୀ କଳାହାଣ୍ଡି ଜିଲ୍ଲା ମୁଣ୍ଡିଗୁଡା ଗାଁ ପୋଷ୍ଟ ବୁଡ୍ଡା ବୋଲି ଜଣାପଡିଛି । ଆଜି ବଲାଙ୍ଗୀର ଜିଲ୍ଲା ସଇଁତଳା ପଟୁ ଟିକ୍ରାପଡା ରାସ୍ତା ଦେଇ କୁକୁଡାହାଡ଼ -କଣ୍ଟାବାଞ୍ଜି ମଝି ରାସ୍ତାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ସ୍କ୍ୱାର୍ଡ ଜଗି ଗଞ୍ଜେଇ ବ୍ୟବସାୟୀ ଯୋଶୀକୁ କାବୁ କରିଥିଲେ । ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ଅତିରିକ୍ତ ଦୌରାଜଜଙ୍କ କୋର୍ଟରେ ହାଜର ହେବା ପରେ କୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବାରୁ କଣ୍ଟାବାଞ୍ଜି ଉପକାରାଗାରକୁ ପଠାଇ ଦିଆଯାଇଛି । ଅବକାରୀ ଥାନାଧିକାରୀ ପ୍ରବୀଣ ସାହୁଙ୍କ ନେତୃତ୍ୱରେ ଏଏସଆଇ ଈଶ୍ୱର ଚନ୍ଦ୍ର ଭୋଇ, କନେଷ୍ଟବଳ ରଞ୍ଜନ ମିଶ୍ର, ଆଶିଷ ପଟେଲ ସ୍କ୍ୱାର୍ଡରେ ସାମିଲ ଥିଲେ ।

Comments are closed.