ଘର ଭିତରୁ ମାଆ ଓ ୭ ବର୍ଷ ପୁଅର ମୃତଦେହ ଉଦ୍ଧାର

ଗଞ୍ଜାମ : ଘର ଭିତରୁ ମାଆ ଓ ୭ ବର୍ଷ ପୁଅର ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଜରଡା ଥାନା ଚୁଡିଆଗଞ୍ଜ ଗାଁରେ ଘଟିଥିବା ନେଇ ସୋମବାର ଜଣାପଡିଛି। ଚୁଡିଆଗଞ୍ଜ ଗାଁରେ ମାଆ ଓ ପୁଅର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ଶୋଇଥିବା ଅବସ୍ଥାରେ ଉଭୟଙ୍କ ମୃତଦେହ ଜବତ କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସୂଚନା ମିଳିପାରି ନାହିଁ।

Comments are closed.