www.samajalive.in
Sunday, December 14, 2025
26.1 C
Bhubaneswar

କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରବିବାର କିଛି ଲୋକ ଏହାକୁ ବିରୋଧ କରିଛନ୍ତି। ମନ୍ଦିର ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ ନହେଉ ବୋଲି କିଛି ଲୋକ ଦାବି କରିଛନ୍ତି। ଏହା ପରେ ଗଞ୍ଜାମ ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲେ।
ପ୍ରକାଶ ଯୋଗ୍ୟଯେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବର୍ତମାନ ଟେଣ୍ଡର ଶେଷ ହେବା ସହ ନିର୍ମାଣ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ନିମନ୍ତେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ମାନେ ଛଅ ନମ୍ବର ୱକ୍ଷର୍ଡ ସ୍ଥିତ ରାମଲିଙ୍ଗେଶ୍ୱର ମନ୍ଦିର ପାର୍ଶ୍ବରେ ଥିବା ପଡିଆକୁ ମାପ କରିଥିଲେ। ଗଞ୍ଜାମ ସହରରେ ଦୀର୍ଘ ୨୧ ବର୍ଷ ହେଲା କଲ୍ୟାଣ ମଣ୍ଡପ ଟିଏ ହେଇପାରୁନାହିଁ । କଲ୍ୟାଣ ମଣ୍ଡପ ନଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିବା ପାଇଁ ସହର ବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି।

 

- Advertisement -

ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗତ ୨୦୧୯ମସିହା ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସେଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ପୂର୍ବରୁ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଚୌଧୁରୀ ସାହି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଶିଳାନ୍ୟାସ ହୋଇଥିଲା କିନ୍ତୁ ସେଠାରେ ନିର୍ମାଣ ହେଲା ପାରିଲାନାହିଁ। ଯାହାକି ଦୀର୍ଘ ଦିନ ହେଲା ସହର ରେ କଲ୍ୟାଣ ମଣ୍ଡପ ହେଲାନାହିଁ। ଏହି ସମସ୍ୟା ରସମାଧାନ ପାଇଁ ଯଥା ଶୀଘ୍ର ଏହାର ସମାଧାନ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ଏନଏସି କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା କହିଛନ୍ତି ଯେ କିଛି ଲୋକ କଲ୍ୟାଣୀ ମଣ୍ଡପ ନିର୍ମାଣ ସେଠାରେ ହେବା ନେଇ ଅଭିଯୋଗ ଆଣିଛନ୍ତି ଏବଂ ସେମାନଙ୍କୁ ବୁଝାଶୁଝା କରାଯାଇଛି ବୋଲି ସେ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories