www.samajalive.in
Wednesday, December 10, 2025
14.1 C
Bhubaneswar

ଗଞ୍ଜାମର ଐତିହାସିକ ଦୋଳଯାତ୍ରା ସମାପିତ

ଗଞ୍ଜାମ: ଗଞ୍ଜାମ ସହରର ଐତିହାସିକ ଦୋଳଯାତ୍ରା ଯାତ୍ରା ଗୁରୁବାର ରାତ୍ରରୁ ଆରମ୍ଭ ହୋଇ ଶୁକ୍ରବାର ଅପରାହ୍ନରେ ଶାନ୍ତି ଶୃଙ୍ଖଳା ସହ ପ୍ରବଳ ଜନସମାଗମ, ଉତ୍ସାହ ଉଦ୍ଧିପନା ମଧ୍ୟରେ ସମାପିତ ହୋଇଛି। ଦୋଳଯାତ୍ରା ପାଇଁ ଆସୁଥିବା ଠାକୁର ମାନେ ଅପରାହ୍ନରେ ବିରାଟ ପଟୁଆର ମଧ୍ୟରେ ବିମାନ ଯୋଗେ ବଡ଼ ବଜାର ସ୍ଥିତ ପୁରୁଣା ଜାତୀୟ ରାଜପଥରେ ନିଜ ନିଜ ସ୍ଥାନ ଚିହ୍ନଟ କରି ପୁଣି ଶୋଭାଯାତ୍ରାରେ ସାହିକୁ ଫେରିଥିଲେ। ପରେ ସମସ୍ତ ଠାକୁର ବିମାନ ଯୋଗେ ପଟୁଆର ମଧ୍ୟରେ ବଡ଼ ବଜାରକୁ ଆସିଲା ପରେ ତାହା ପରେ ଏକ ସୂତ୍ରନ୍ତ୍ର ସମ୍ପ୍ରଦାୟ ଲୋକଙ୍କ ଦ୍ଵାରା କୋହଲା ଠାକୁର ପୁରୁଣା ଜଗନ୍ନାଥ ମନ୍ଦିର ବାହାରି ଯାତ୍ରା ପରିକ୍ରମା ପରେ ଯାତ୍ରା ଆରମ୍ଭ ହେଇଥିଲା। ରାତିରେ ବିଭିନ୍ନ ନାଟକ ପରିବେଷଣ ହୋଇଥିଲା। ପୁଲିସ ପକ୍ଷରୁ ମଧ୍ୟ ଶାନ୍ତି, ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories