www.samajalive.in
Thursday, December 11, 2025
18.1 C
Bhubaneswar

ରାଜନୈତିକ ଚାପରେ ଶୁଣୁନି ପୁଲିସ, ଡିଏସପି ଅଫିସ ଘେରିଲେ ପୀଡିତ ପରିବାର

ଆଠଗଡ: ଆମକୁ ଭୋଟ ଦେଲନି ମାନେ ତମେ ଗାଁ ରେ ରହି ପାରିବ ନାହିଁ। ଯାହା ପ୍ରରୋଚନାରେ ଭୋଟ ଦେଇଛ ସେ ତମକୁ କେମିତି ଆସି ରକ୍ଷା କରିବ ଆମେ ଦେଖିବୁ। ମାମଲତକାର ଦେଖାଇଲେ ସିଧା ମାରିଦେବୁ। ଏମିତି ଧମକ ଦେଉଛନ୍ତି ପଞ୍ଚାୟତ ନିର୍ବାଚନରେ ଜିତିଥିବା ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ। ପୁଲିସରେ ଏତଲା ଦେଲେ ମଧ୍ୟ କେହି ଶୁଣିବା ପାଇଁ ନାରାଜ। ଶାସକ ଦଳ ଚାପରେ ହାତବାନ୍ଧି ବସିଛି ପୁଲିସ। ଏମିତି କିଛି ଅଭିଯୋଗ ନେଇ ଆଜି ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ତିଗିରିଆ ଥାନା ଅନ୍ତର୍ଗତ ବଡନାଉପୁଟ ପଞ୍ଚାୟତର ଦୁଇଟି ପରିବାର, ତିଗିରିଆ ବ୍ଲକ ବଡନାଉପୁଟ ପଞ୍ଚାୟତର ନାରାୟଣ ହାତୀଙ୍କ ପତ୍ନୀ ଶୈଳେନ୍ଦ୍ରୀ ହାତୀ ଏବଂ ନବ କିଶୋର ହାତୀଙ୍କ ପତ୍ନୀ ମୋହିନୀ ହାତୀ।

ପଞ୍ଚାୟତ ନିର୍ବାଚନ ପରେ ଏହି ଦୁଇଟି ପରିବାର ଶାସକ ଦଳର ସମର୍ଥକଙ୍କ ଦ୍ବାରା ବିଭିନ୍ନ ଧମକ ଚମକ ଏବଂ ଅପମାନର ଶିକାର ହୋଇ ଗତ ୧୫ ତାରିଖ ଦିନ ତିଗିରିଆ ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଶାସକ ଦଳ ଚାପରେ ଏତଲା ପଞ୍ଜିକରଣ ମଧ୍ୟ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେହି ଗ୍ରାମର ପ୍ରଭାତ କୁମାର ପଣ୍ଡା, ବିକାଶ କୁମାର ପଣ୍ଡା, ପ୍ରୀତି ରଞ୍ଜନ ବେହେରା ଏତଲାକାରିଣୀ ଶୈଳେନ୍ଦ୍ରୀ ହାତୀଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଏହାକୁ ପ୍ରତିବାଦ କରୁଥିବା ପଡୋଶୀମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହିତ ତାଙ୍କ ଘର ଉପରକୁ ଢେଲାମାଡ କରି ଜୀବନରୁ ମାରି ଦେବାର ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ସେହିପରି ବିକାଶ କୁମାର ପଣ୍ଡା, ଚତ୍ତୁର୍ଭୂଜ ସ୍ବାଇ, ବିରଞ୍ଚି ନାରାୟଣ ସ୍ବାଇଁ, ହାଡିବନ୍ଧୁ ସାହୁ, ପିନୁ ସ୍ବାଇଁ, ତ୍ରୀନାଥ ବେହେରା, ସୁଧାକଧ ସ୍ବାଇଁ, ଅଶୋକ ସ୍ବାଇଁ ମାରଣାସ୍ତ୍ର ସହିତ ମୋହିନୀ ହାତୀଙ୍କ ଘର ମଧ୍ୟରେ ପଶି ଧକ୍କା ମାରିବା ସହିତ ତାଙ୍କ ଜାତିକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏ ବାବଦରେ ଆଠଗଡ ଡିଏସପି ବିଜୟ କୁମାର ବିଶିଙ୍କୁ ପଚାରିବାରୁ ଏ ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories