www.samajalive.in
Monday, December 8, 2025
13.1 C
Bhubaneswar

 ଗଞ୍ଜାମ ; ୧୫ନମ୍ବର ଜୋନ ପାଇଁ ବିଜୁ ଜନତା ଦଳର ପ୍ରଚାର 

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳର ପାର୍ଥୀ ସନାତନ ବେହେରାଙ୍କ ପ୍ରଚାର ଜୋର ସୋର ଚାଲିଥିବା ଦେଖିବାକୁ ମିଳିଛି  । ସାତଟି ପଂଚାୟତ କୁ ନେଇ ଗଠିତ ଏହି ଜୋନରେ ମାଇକି ପ୍ରଚାର ସାଙ୍ଗକୁ ଘର ଘର ଵୁଲି ପାର୍ଥୀ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି  । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳତାକୁ ନେଇ ପ୍ରଚାରରେ ନେତା ମାନେ ଲୋକଙ୍କୁ ବୁଝାଉ ଥିବା ଦେଖିବାକୁ ମିଳୁଛି  । ଆଗାମୀ ଦିନରେ ଅଧିକ ସଫଳତା ପାଇଁ ଜିଲ୍ଲା ପରିଷଦ ପାର୍ଥୀ ଙ୍କୁ ବିଜୟୀ କରେଇବାକୁ ନେତା ମାନେ ନିବେଦନ କରିଥିଲେ ।ଏହି ପ୍ରଚାର ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ଵତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ସମେତ ବହୁ ଦଳୀୟ ନେତା ଙ୍କୁ ଦେଖିବାକୁ ମିଳିଛି  ।ଏହି ଜୋନରେ ବର୍ତମାନ ଅନ୍ୟ ଦଳ ଅପେକ୍ଷା ବି ଜେ ଡ଼ି ପ୍ରଚାର କ୍ଷେତ୍ରରେ ଆଗରେ ରହିଛି । ଆସନ୍ତା କୋଡିଏ ତାରିଖରେ ଏହି ବ୍ଲକରେ ଭୋଟ ଗ୍ରହଣ କରାଯିବ  ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories