www.samajalive.in
Friday, December 12, 2025
15.1 C
Bhubaneswar

ଗଞ୍ଜାମ ବ୍ଲକରେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କ ସମୀକ୍ଷା ବୈଠକ

ଗଞ୍ଜାମ: ଗଞ୍ଜାମ ବ୍ଲକ ପରିସରରେ ବୁଧବାର ଦିନ ଉନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜିଲ୍ଲା ପରିଷଦ ଅଧକ୍ଷ ସୋନମ ପଲାଇ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଡ଼ିଓ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ତାଙ୍କ ବକ୍ତବ୍ୟରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ କହିଥିଲେ। ସେହିପରି ବିଧାୟକ ବି.ଡ଼ି.ଓ ସମସ୍ତ ଅଫିସର ତଥା ଲୋକ ପ୍ରତିନିଧିମାନଙ୍କ ସହଯୋଗ ଯୋଗୁଁ ବ୍ଲକରେ ଉନ୍ନତି ଠିକ ଭାବେ ହୋଇପାରୁଛି ବୋଲି କହିଥିଲେ।

- Advertisement -

ପରେ ବିଭିନ୍ନ ବିଭାଗର ଅଧିକାରୀମାନେ ସେମାନଙ୍କ ବିଭାଗର କେତେ କାର୍ଯ୍ୟକାରିତା ହୋଇଛି ସେ ଉପରେ ତଥ୍ୟ ପ୍ରଦାନ କରିଥିଲେ। ସେଥି ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାରେ ୧୦୪ ଗ୍ରାମ ମଧ୍ୟରୁ ୯୧ଟିକୁ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି ବୋଲି ସୂଚନା ଦେଇଥିଲେ। ଉଦ୍ୟାନ ବିଭାଗ ପକ୍ଷରୁ ୧୩ଟି ପ୍ରକଳ୍ପ କରାଯାଇଛି। ମିଶନ ଶକ୍ତି ପକ୍ଷରୁ ୧୪୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି। ସେମାନଙ୍କ ମଧ୍ୟରୁ ୧୦୨୦ଟି ଗୋଷ୍ଠୀକୁ ୧୮ କୋଟି ଟଙ୍କା ଋଣ ପ୍ରଦାନ କରାଯlଇଛି।

ସେହିପରି ଏମଏନଆରଇଜିଏସରେ ୭୦% ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବେଳେ ଆମ ଗାଁ ଆମ ବିକାଶ ଯୋଜନାରେ ୧୫ଟି ପ୍ରକଳ୍ପ ମଧ୍ୟରୁ ୫ଟି ସମ୍ପୂର୍ଣ ହୋଇଛି ଓ ଅନ୍ୟଗୁଡିକ ଅସମ୍ପୂର୍ଣ ରହିଛି ବୋଲି ସୂଚନା ଦିଆଯାଇଛି। ଶେଷରେ ବିଧାୟକ ତିନୋଟି ପ୍ରସ୍ତାବ ସମ୍ପର୍କରେ ଯୋଜନା ବୋର୍ଡ ଅଧକ୍ଷଙ୍କୁ ଅବଗତ କରାଇଥିଲେ। ସେଗୁଡିକ ହେଉଛି ଗଞ୍ଜାମ ବ୍ଲକରେ ଏକ ଶୀତଳ ଭଣ୍ଡାର ନିର୍ମାଣ, ପୋତାଗଡ଼ ଉନ୍ନତି କରଣ, ଖରଖରୀ ନାଳରେ ଉଠା ଜଳସେଚନ ବ୍ୟବସ୍ଥା କରିବା। ସେ ଏନେଇ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ବୈଠକରେ ସମିତି ସଭ୍ୟ ସୁରଥ ପାହାନ, ଶତ୍ରୁଘନ ମାହାଙ୍କୁଡଙ୍କ ସମେତ ଏଇଇ ବଂଶୀଧର ପରିଡା, ଜିପିଓ, ବି.ପି.ଏମ ଜଳନ୍ଧାର ମହାରଣା, ସମସ୍ତ ବିଭାଗର ପଦାଧିକାରୀ, ସମସ୍ତ ପି.ଇ.ଓ, ଜି.ଆର.ଏସମାନେ ଉପସ୍ଥିତ ରହିଥିଲେ। ପରେ ସମସ୍ତେ ବଟେଶ୍ୱର ଶୈବ ପୀଠରେ ହୋଇଥିବା ଗ୍ରାମାଞ୍ଚଳ ପାର୍କ, ଆଦର୍ଶ ପୋଖରୀ, କଲ୍ୟାଣ ମଣ୍ଡପ ପ୍ରଭୃତି ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories