ଗଞ୍ଜାମ: ଗଞ୍ଜାମ ତହସିଲ ଅଫିସ ନିକଟରେ ରହିଥିବା ସବ ରେଜିଷ୍ଟ୍ରି ଅଫିସ ଆସୁଥିବା ଲୋକଙ୍କୁ ବସିବା କିମ୍ବା ଅପେକ୍ଷା କରିବା ପାଇଁ କୌଣସି ସୁବିଧା ନାହିଁ। ଯାହାଫଳରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ଗଛ ମୂଳେ ଆଶ୍ରୟ ନେବାକୁ ପଡୁଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଅନ୍ୟ ପଟେ ଏହି ଅଫିସ ପାଇଁ ନୂତନ ଭାବେ ପୁଇଁତଳା ନିକଟରେ ନିର୍ମାଣ ସରିଥିବା ନୂତନ ଗୃହକୁ ଅଫିସ ଦୀର୍ଘ ଦିନ ହେଲା ସ୍ଥାନାନ୍ତରିତ କରାଯାଉ ନାହିଁ । ଫଳରେ ପୁରୁଣା ଅଫିସରେ ବର୍ଷା ଓ ଖରା ଦିନେ ଲୋକଙ୍କୁ ଆସି ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ଲୋକଙ୍କ ଅସୁବିଧା ଦୃଷ୍ଟିରୁ ନୂତନ ଗୃହରେ ସବ ରେଜିଷ୍ଟ୍ରି ଅଫିସ ଆରମ୍ଭ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ହେଉଛି।



