www.samajalive.in
Sunday, December 7, 2025
13.1 C
Bhubaneswar

ହୁମ୍ମା ଶୁଖୁଆ ହାଟ ପାଚେରୀ ନିର୍ମାଣ କରି ପଡ଼ିଆର ଆୟତନ ସଂକୁଚିତ ନ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମାର ପ୍ରସିଦ୍ଧ ଶୁଖୁଆ ହାଟରେ ନିର୍ମାଣାଧୀନ ଥିବା ପ୍ରାଚୀର ଦ୍ବାରା ହାଟ ଆୟତନ ସଂକୁଚିତ ହେଉଛି। ଯଦ୍ବାରା ଜାଗା ସଂକୁଚିତ ହେଲେ ଲୋକଙ୍କୁ ଅସୁବିଧା ସୃଷ୍ଟି ହେବ। ଏନେଇ ସ୍ଥାନୀୟ ଲୋକମାନଙ୍କୁ ଜାତୀୟ ରାଜପଥଠାରୁ ୩୦ ମିଟର ଛାଡ଼ି ପାଚେରୀ ନିର୍ମାଣ କରିବା ପରିବର୍ତ୍ତେ ତିନି ମିଟର ଛାଡି ପାଚେରୀ ନିର୍ମାଣ କରିବା ପାଇଁ ଲୋକମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏସିଆ ମହାଦେଶର ଏହି ପ୍ରସିଦ୍ଧ ଶୁଖୁଆ ହାଟ ଦୀର୍ଘ ବର୍ଷ ଧରି ଚାଲଛି। ସ୍ଥାନୀୟ ୨୦ଟି ପଞ୍ଚାୟତବାସୀ ଓ ବାହାର ଦୂରଦୂରାନ୍ତରୁ ଲୋକମାନେ ଆସି ଏହି ସପ୍ତାହିକ ହାଟରେ ଶୁଖୁଆ ଓ ପନିପରିବା ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ଅନ୍ୟପଟେ ପ୍ରତିବର୍ଷ ସ୍ଥାନୀୟ ୧୩ ଗୋଟି ଗ୍ରାମର ଠାକୁରମାନଙ୍କୁ ନେଇ ଦୁଇଦିନ ଧରି ପଞ୍ଚୁଦୋଳ ଯାତ୍ରା ହାଟ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଜମିଥାଏ। ସେହି ଦୃଷ୍ଟିରୁ ଏଠାରେ ପ୍ରାଚୀର ନିର୍ମାଣ କରି ପଡ଼ିଆ ଆୟତନ ନ କମାଇବା ପାଇଁ ଦାବି ହୋଇଛି। ଏହାର ଅବିକଳ ନକଲ ମତ୍ସ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ଜିଲାପାଳଙ୍କୁ ଭେଟିଥିବା ପ୍ରତିନିଧି ଦଳଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧିର କୁମାର ବିଶ୍ୱାଳ, ସୁଧାକର ବିଶ୍ୱାଳ, ରବିନ୍ଦ୍ର କୁମାର ସ୍ୱାଇଁ, ଦଣ୍ଡପାଣି ବିଶ୍ୱାଳ, ବସନ୍ତ ବିଶ୍ୱାଳ, କାଳୁ ସ୍ୱାଇଁ, ବାନାମ୍ବର ସାହୁ, ସମିର ପରିଡା, ରୁପେଶ କୁମାର ପ୍ରଧାନ, ସୁରେନ୍ଦ୍ର ନାଥ ସାହୁ, ଆଦିତ୍ୟ ପ୍ରଧାନ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories