www.samajalive.in
Wednesday, November 19, 2025
26.1 C
Bhubaneswar

ଦୋଳଯାତ୍ରା ପାଇଁ ଭିଡ଼ ଜମିଲାଣି: ଗଞ୍ଜାମ ସହରରେ ସୁଲଭ ଶୌଚାଳୟ ସୁବିଧା ନାହିଁ, ଅସୁବିଧାରେ ମହିଳା ବ୍ୟବସାୟୀ

ଗଞ୍ଜାମ : ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ପାଇଁ ସମଗ୍ର ସହର ବର୍ତ୍ତମାନଠାରୁ ଉତ୍ସବମୁଖର ହେଲାଣି। ଗୁରୁବାର ଏକାଦଶୀ ଅବସରରେ ବିଭିନ୍ନ ସାହିରେ ଠାକୁରମାନେ ବିମାନରେ ବସି ଶୋଭାଯାତ୍ରାରେ ସାହି ପରିକ୍ରମା କରିବା ସହ ନିଜ ନିଜ ସାହିରେ ଦ୍ୱାର ଭୋଗ ଖାଇବାର କାର୍ଯ୍ୟକ୍ରମ ରହିଛି, ଯାହାକୁ ନେଇ ଗଞ୍ଜାମ ସହର ଚଳଚଞ୍ଚଳ। ଆସ୍ତେ ଆସ୍ତେ ବ୍ୟବସାୟୀଙ୍କ ଭିଡ଼ ସହ ଲୋକଙ୍କ ଭିଡ଼ ଲାଗିଲାଣି। ଲୋକଙ୍କ ସୁବିଧା ପାଇଁ ସହରରେ ସୁଲଭ ଶୌଚାଳୟ ନାହିଁ। ଯେଉଁ ଶୌଚାଳୟ ଗତ କିଛି ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିଲା ସେଥି ମଧ୍ୟରୁ କେଉଁଥିରେ କବାଟ ନଥିବାବେଳେ କେଉଁଥିରେ ପାଣି ଠିକ ଭାବେ ଆସୁନଥିବା ଦେଖିବାକୁ ମିଳିଛି। ଫଳରେ ଦୋଳଯାତ୍ରା ଅବସରରେ ବହୁ ଲୋକଙ୍କ ସମାଗାମ ହେଉଥିବାବେଳେ ମୁଖ୍ୟତଃ ଭାବେ ମହିଳାମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି ହେବ। ମୁଖ୍ୟତଃ ଏହି ଯାତ୍ରାକୁ ବେଲୁନ ବିକାଳୀମାନେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆସିଥାନ୍ତି। ସେମାନେ ଯାତ୍ରା ପାଇଁ ୩ ଦିନ ଗଞ୍ଜାମ ସହରରେ ରହିଥା’ନ୍ତି। ଏପରିକି ମହିଳା ବ୍ୟବସାୟୀଙ୍କ ଭିଡ଼ ହୋଇଥାଏ। ସହରରେ ଶୌଚାଳୟର ଏଭଳି ଅବସ୍ଥାରେ କିଭଳି ସେମାନେ ରହିବେ ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି।

ବିଶେଷକରି ବଡ଼ ବଜାର ଷ୍ଟାଡିୟମ ସମ୍ମୁଖରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ଅନେକ ଦିନ ହେଲା କବାଟ ବାହାରି ପଡିଛି ଏବଂ ଠିକ ଭାବେ ପାଣି ଆସୁନଥିବା ଫଳରେ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ସହରକୁ ଆସୁଥିବା ମହିଳାମାନଙ୍କ ପାଇଁ ଶୌଚାଳୟ ଯିବାନିମନ୍ତେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପଟେ ସାନ ବଜାରରେ ରହିଥିବା ଶୌଚାଳୟଟିରେ କବାଟର ତଳ ପାର୍ଶ୍ୱର ଏକ ଖଣ୍ଡ ଉଡିଯାଇଥିବା ଲକ୍ଷ୍ୟ କରାଯାଇଛି। ଏନେଇ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ସେଗୁଡିକରେ ଫିନାଇଲ ପକାଯାଉ ନଥିବାରୁ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ତୁରନ୍ତ ଏନଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟ ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories