www.samajalive.in
Saturday, December 6, 2025
26.1 C
Bhubaneswar

ଯୁବ ଓଡିଶା ନବୀନ ଓଡିଶା -ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡିଦେଉଳି ସ୍ଥିତ ସହିଦ ଭଗତସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିବାକର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ସରୋଜ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକ ଭଗବାନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଛାତ୍ର କାଲିର ଭବିଷ୍ୟତ ଓ ଛାତ୍ରଛାତ୍ରୀ ଭୂମିକା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଛାତ୍ରଙ୍କ ସହଯୋଗରେ ସମାଜରୁ ଏଡ଼ସ, ଯୌତୁକପ୍ରଥା, ଗୁଣି ଗାରେଡି,ଗର୍ଭବତୀ ମହିଳାଙ୍କୁ ମେଡିକାଲ ପଠାଇବା, ସମ୍ବିଧାନକୁ ମାନି ଚାଲିବା। ଖେଳକୁଦ ସଂଗୀତ ଓ ସଂସ୍କୃତିକୁ ଛାତ୍ରମାନଙ୍କ ଦ୍ୱ।ରା ଦେଶକୁ ଓ ରାଜ୍ୟକୁ ଆଗେଇ ନେବା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଆଭିମୁଖ୍ୟ। ମୁଖ୍ୟବକ୍ତ। ଭାବେ ସ୍କୁଲ ପ୍ରତିଷ୍ଠାତା ଓ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଗୌଡ଼, ସମ୍ମାନିତ ଅତିଥିଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,୧୪ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଗଗନ ସ୍ୱାଇଁ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଖଣ୍ଡିଦେଉଳି ସରପଞ୍ଚ ବୈରାଗୀ ବେହେରା, ସମାଜସେବୀ ଓ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକ, ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ସାନୁ ମହାପାତ୍ର, ଅଭିରାମ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଛାତ୍ରଛାତ୍ରୀ ଖେଳକୁଦ ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories