www.samajalive.in
Saturday, December 6, 2025
14.1 C
Bhubaneswar

ବିଜେଡି ନେତା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡିର ବିଜେଡି ନେତା ଲଳିତମୋହନ ମହାପାତ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ ହୋଇଥିବା ଜଣାପଡ଼ିଛି । ସେ ହରିଦ୍ବାର ଖସି ପଳାଇ ଯାଉଥିବାବେଳେ ତାଙ୍କୁ ବ୍ରଜରାଜନଗର ରେଳଷ୍ଟେସନରୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ଗତ ମାସ ୨୦ ତାରିଖ ସଂଧ୍ୟାରେ ଲଳିତମୋହନ ଓ ରାମକୃଷ୍ଣଙ୍କ ଭିତରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ନିଜ ବୁଲେଟରେ ଲଳିତମୋହନ ଖମାରୀଗାଁ ଫେରୁଥିଲେ। ଏହି ସମୟରେ କାରରେ ଆସି ରାମକୃଷ୍ଣ ଲିଳିତଙ୍କ ବୁଲେଟକୁ ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ଘଟାଇ ଅଭିଯୁକ୍ତ ରାମକୃଷ୍ଣ ଫେରାର ହୋଇଯାଇଥିଲେ । ସେବେଠାରୁ ତାଙ୍କୁ ପୁଲିସ୍‌ ଖୋଜୁଥିଲା। ଶେଷରେ ତାଙ୍କୁ ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories