ଆଶ୍ରୟସ୍ଥଳୀ ପରିଚାଳନାରେ ଶତ୍ରୁଶୋଲକୁ ପ୍ରଥମ ପୁରସ୍କାର
ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁଶୋଲ ଗ୍ରାମରେ ରହିଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କ୍ଷେତ୍ରରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହୋଇଥିବା ଜଣାପଡିଛି। ଫଳରେ ଗ୍ରାମର ପରିଚାଳନା କମିଟିକୁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ।
ଶନିବାର ଦିନ ଅନୁଷ୍ଠିତ ସମାରୋହରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅଗ୍ନିଶମ ବିଭାଗ ପୁଲିସ ମହାନିର୍ଦ୍ଧେଶକ ସନ୍ତୋଷ କୁମାର ଉପାଧ୍ୟାୟ, ଆଇନ ଶୃଙ୍ଖଳା ଅତିରିକ୍ତ ମହାନିର୍ଦେଶକ ଆର. କେ ଶର୍ମା ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସିଲ୍ଡ, ମାନପତ୍ର ଓ ୧୦ହଜାର ଅର୍ଥରାଶୀ ଚେକ ଶତ୍ରୁଶୋଲ ଆଶ୍ରୟସ୍ଥଳୀ ପରିଚାଳନା କମିଟିକୁ ପ୍ରଥମ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା କମିଟି ସଦସ୍ୟ ସୁରଥ ପାହାନ, ପରିଚାଳନା ସଦସ୍ୟ ତଥା ଗ୍ରାମ୍ୟ ସଭାପତି ଆର୍ତ୍ତତ୍ରାଣ ପଲାଇ, ପରିଚାଲନା ସଭ୍ୟ ତଥା ୱାର୍ଡ଼ ସଭ୍ୟ ଅଜୟ କୁମାର ପଲାଇ, ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରଥମ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଗ୍ରହଣ କରିବାପରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶତ୍ରୁଶୋଲ ପରିଚାଳନା କମିଟିକୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ବିଭିନ୍ନ ମହଳରୁ ଶୁଭେଛାର ଶୁଅ ଛୁଟିଛି।
ସୂଚାନ ଯୋଗ୍ୟ ଯେ ୧୯୯୯ ମସିହା କୁ ଶନିବାର ୨୩ବର୍ଷ ପୁରିଥିବା ବେଳେ ଉକ୍ତ ସମୟରେ ମହାବାତ୍ୟାର ବିପର୍ୟ୍ୟାୟ ସମସ୍ତଙ୍କୁ ସ୍ଥମ୍ବିଭୂତ କରିଥିଲା। ବହୁଧନଜୀବନ ହାନି ହୋଇଥିଲା। ବର୍ତ୍ତମାନ ଓଡିଶା ବିପର୍ୟ୍ୟୟ ପରିଚାଲନା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତି ସୁଦୃଢ କରିବା ସହ ସ୍ୱତନ୍ତ୍ର ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଛି କ୍ଷ ବିଶେଷକରି ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ୟ୍ୟୟ ସମୟରେ ପରିଚାଳନା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କ୍ଷ ଯାହାର ଉଦାହରଣ ଦେଖିବାକୁ ମିଳିଛି।
Comments are closed.