www.samajalive.in
Friday, December 5, 2025
20.1 C
Bhubaneswar

ଗିରିଧାରୀ ନଗର ସାହିରେ ଟିକିଏ ବର୍ଷାରେ ଜମୁଛି ପାଣି

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମର ଗିରିଧାରୀ ନଗର ସାହିରେ ଟିକିଏ ବର୍ଷା ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇପାରୁନି। ଫଳରେ ଲୋକମାନେ ଯାତାୟତ ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ପାଣି ନିଷ୍କାସନ ନହେବା ଯୋଗୁଁ ମଶା, ମାଛିଙ୍କ ଘର ପାଲଟିଛି। ଯାହାକୁ ନେଇ ସାହି ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଯୋଗ୍ୟ ଯେ, ସ୍ୱଳ୍ପ ବୃଷ୍ଟି ହେଲେ ସାହିରୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ମୁଖ୍ୟରାସ୍ତାରେ ଜମି ରହିବା ଫଳରେ ଉକ୍ତ ରାସ୍ତା ଦେଇ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଘୋର ଅସନ୍ତୋଷ ପ୍ରାକଶ ପାଉଛି। ଉକ୍ତ ରାସ୍ତା ପାର୍ଶ୍ୱରେ ଏକ ଡ୍ରେନ ରହିଥିଲେ ମଧ୍ୟ ତାହା ପୋତି ହୋଇଥିବା ଲକ୍ଷ୍ୟ କରାଯାଇଛି। ଫଳରେ ସାହିରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସିତ ହୋଇ ପାରୁନଥିବା ଦେଖିବାକୁ ମିଳିଛି। ଏହି ରାସ୍ତାରେ ବରିଷ୍ଠ ନାଗରିକ ଓ କୋମଳମତି ଛାତ୍ରଛାତ୍ରୀମାନେ ଯିବା ଆସିବା ସମୟରେ ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଏପରିକି ବାଇକ ଓ ସାଇକେଲ ଯିବା ଆସିବା ସମୟରେ ପାଣି ଛିଟିକା ମାରି ଲୋକଙ୍କ ଉପରେ ପଡୁଥିବା ଅଭିଯୋଗ ହେଉଛି। ଏନେଇ ପଞ୍ଚାୟତ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦୃଢ଼ ଦାବୀ ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories