ଗଞ୍ଜାମ: କାର୍ଗିଲ ବିଜୟ ଦିବସ ହେଉଛି ଭାରତ ବର୍ଷର ଶକ୍ତି, ସଂକଳ୍ପ ଓ ସାମର୍ଥ୍ୟର ପ୍ରତୀକ।୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନା ଯେଉଁ ବୀରତ୍ବର ପରାକାଷ୍ଠାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କ ହୀନ ଉଦ୍ୟମକୁ ପ୍ରତିହତ କରି କାର୍ଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇ ଆସିଥିଲେ। ସେହି ସ୍ମୃତିକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦିୟମାନ ଯୁବ ବାଲୁକାଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ବାଲୁକା କଳା ମାଧ୍ୟମରେ କାର୍ଗିଲ ବିଜୟ ଦିବସ କଳା ପ୍ରଦର୍ଶନ କରିଛନ୍ତି। ଏହି ଦିବସର ସ୍ମୃତି ବେଳାଭୂମିକୁ ଆସୁଥିବା ପର୍ୟ୍ୟଟକ ମାନଙ୍କ ହୃଦୟକୁ ଜାତୀୟତା ଭାବ ସୃଷ୍ଟି କରିଛି।
Popular Categories



