www.samajalive.in
Saturday, December 6, 2025
26.1 C
Bhubaneswar

କାର୍‍-ଟ୍ରକ୍‍ ମଧ୍ୟରେ ଧକ୍କା ; ୨ ଗୁରୁତର

ପିପିଲି :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ନିକଟରେ ଏକ କାର୍‍ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମାନେ ହେଲେ ପିପିଲି ବ୍ଳକ ଅନ୍ତର୍ଗତ ସିଉଳା ସ୍ଥିତ ବାଲୁଙ୍କେଶ୍ୱର ଦେବ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ନିମାଁଇ ଚରଣ ଆଚାର୍ଯ୍ୟ (୫୮) ଓ କର୍ମଚାରୀ ଗୌରମୋହନ ପ୍ରଧାନ(୪୯)। ଗୌରମୋହନଙ୍କ ନିଜ ଘର ସିଉଳା ଗ୍ରାମରେ ହୋଇଥିବା ବେଳେ ନିମାଁଇଙ୍କ ନିଜ ଘର ଯାଜପୁର ଜିଲାରେ ଓ ସେ ଭୁବନେଶ୍ୱରରେ ରହୁଥିବା ସୂଚନା ମିଳିଛି।
ଉଭୟେ ଏକ କାର୍‍ ରେ ଅଫିସ କାର୍ଯ୍ୟରେ ପୁରୀ ଯାଉଥିବା ବେଳେ ମଙ୍ଗଳବାର ଅପରାହ୍ନ ସାଢେ ୧୨ଟା ସମୟରେ ମଙ୍ଗଳପୁର ବଜାର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ପଛରୁ  ଦ୍ରୁତ ଗତିରେ ଯାଉଥିବା ଏକ ବାଲି ବୋଝେଇ ଟ୍ରକ୍‍ ହଠାତ୍‍ ତାଙ୍କ କାର୍‍କୁ ସାଇଡ୍‍ ମାରି କାର୍‍ ସମ୍ମୁଖକୁ ଚାଲିଆସିଥିଲା। ଫଳରେ ଟ୍ରକ୍‍ର ପଛପାଶ୍ୱର୍ରେ କାର୍‍ର ସମ୍ମୁଖଭାଗ ବାମପାଶ୍ୱର୍ ଖୁବ୍‍ ଜୋର୍‍ ରେ ଧକ୍କା ଲାଗିଥିଲା। ଏଥିରେ କାର୍‍ର ସମ୍ମୁଖଭାଗ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କାର୍‍ ଚାଳକ ଗୌରମୋହନ ଓ ସମ୍ମୁଖରେ ବସିଥିବା ନିମାଁଇ ଚରଣ ଗୁରୁତର ଭାବେ ଆହତ ହୋଇଥିଲେ। ପୁଲିସ ହାଇୱେ ପୋଟ୍ରାଲିଂ ଟିମ୍‍ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକ୍‍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ କାର୍‍କୁ ପିପିଲି ପୁଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories