www.samajalive.in
Saturday, December 6, 2025
14.1 C
Bhubaneswar

ଗୋପାଳକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଉଦଘାଟିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ସିଏଚ ସୁଧାକର ଏହି ତାଲିମ ଶିବିରକୁ ଉଦଘାଟନ କରିଥିଲେ। ବର୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ସ୍ୱରୂପ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ନେଇ ତାଲିମ ବ୍ୟବସ୍ଥା କରିଛନ୍ତି ତାହା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ଅଟେ । ଏହି ତାଲିମକୁ ଛାତ୍ରୀମାନେ ଶୃଙ୍ଖଳା ସହ ନେଇ ତାହାର ଠିକ ଭାବେ ଉପଯୋଗ କରିବାର ଆବଶ୍ୟକ ରହିଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡ଼ଃ ଅନିତା ମିଶ୍ର, ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ଜୋସନା ପ୍ରଧାନ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସନ୍ତୋଷୀ ନାହାକ, ପ୍ରମୁଖ ରହିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପକ ଡ଼ଃ ଗଜେନ୍ଦ୍ର ସେଠୀ ପରିଚାଳନା କରିଥିବା ସହ ତାଲିମ ଦାତା ଭାବେ ମମତା ବେହେରା ଯୋଗଦେଇ ଥିବା ବେଳେ ଅନ୍ୟମାନେ ସହ ଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories