www.samajalive.in
Friday, December 12, 2025
15.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଉତ୍ସବ ପାଳିତ

ଗଞ୍ଜାମ : ଛାତ୍ରଛାତ୍ରୀମାନେ ଜ୍ଞାନର ଅଭିବୃଦ୍ଧି ପାଇଁ ସବୁବେଳେ ସମସ୍ତଙ୍କ ସହ ସହାଭାଗିତା ରହିବା ଦରକାର। ବିଶ୍ଳେଷଣାତ୍ମକ ଅଧ୍ୟୟନ, ସୃଜନଚିନ୍ତାଧାର, ଅତ୍ୟାଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ ତଥା ଯୁଗ ଉପଯୋଗୀ ହୋଇ ଯୁବପୀଢ଼ିମାନେ କାର୍ଯ୍ୟ କଲେ ସମାଜ ଉନ୍ନତି ହେବା ସହ ଆମେ ଆଗକୁ ବଢ଼ିପାରିବା ବୋଲି ଡ଼ଃ ଗୋପବନ୍ଧୁ ଦାଶ ରବିବାର ଗଞ୍ଜାମ ମହାବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡ଼ଃ ଗୋପବନ୍ଧୁ ଦାଶ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗୀୟ ମୁଖ୍ୟ ଡ଼ଃ ସୁଧାକର ପାତ୍ର ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କଲେଜରେ ରହିଥିବା ବିଭିନ୍ନ ସମସ୍ୟାଗୁଡିକ ପ୍ରତି ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

- Advertisement -

ଛାତ୍ର ଜୀବନ ସମୟ ଅତ୍ୟନ୍ତ ମୂଲ୍ୟବାନ। ଏହି ସମୟରେ ଉପଯୁକ୍ତ ପରିଶ୍ରମ କରି ଜ୍ଞାନ ଆହରଣ କରି ନିଜକୁ ପ୍ରସ୍ତୁତ କରିବା ଦରକାର। ତାହେଲେ ତୁମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ବୋଲି କହି ଅତିଥିମାନେ ଛତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତିଷ୍ଠା ଦିବସର ଆବାହକ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗୀୟ ମୁଖ୍ୟ ଲକ୍ଷ୍ମୀ ନାରାୟଣ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅନୁପସ୍ଥିତିରେ ତାଙ୍କର ବାର୍ତ୍ତା ଉପସ୍ଥାପନ କରିଥିଲେ ଡ଼ଃ ସ୍ମରଣିକା ହୋତା।

ଏହି ଅବସରରେ କଲେଜର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନେ ହେଲେ ବିଜ୍ଞାନରେ ଯୁକ୍ତ ଦୁଇ କଲେଜ ଟପ୍ପର ମୌସୁମୀ ପଣ୍ଡା, ଯୁକ୍ତତିନିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଟପ୍ପର ସ୍ମୃତିରାଣୀ ପାତ୍ର, ଝରଣା ମାଳି, ଯୁକ୍ତ ତିନି ବାଣିଜ୍ୟ ଟପ୍ପର କିଷନ କୁମାର ଗୌଡ଼, ଏଥେଲିଟିକ୍ସ ସମୀକ୍ଷା ଦାଶ, ଧୀରେସ ପ୍ରଧାନ, ଏନସିସି କ୍ୟାଡେଟ ସ୍ମମରାଜ ଡିମ୍ପଲ, ହେମନ୍ତ ମହାପାତ୍ର ପ୍ରମୁଖ। ଶେଷରେ ଅଧ୍ୟାପକ ଡ଼ଃ ପିତାମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଲିଙ୍ଗରାଜ ପଟନାୟକ, ଗୌରୀ ଶଙ୍କର ପାଢ଼ୀ, ଡି. ସୋମାଲି, କୈଳାସ ପଲାଇ, ଲକ୍ଷ୍ମୀ ନାରାୟଣ ଶତପଥୀ, ଡ଼ଃ ପୁରୁଷୋତ୍ତମ ସାହୁ ଅଧ୍ୟାପକ ଡ଼ଃ ଦୁର୍ଗା ପ୍ରସାଦ ଦାଶ, ସ୍ୱାଗତିକା ପ୍ରଧାନ, ରୋହିତ କୁମାର ସାହୁ, ନରୋତ୍ତମ ମାନ୍ନା, ଗିରିଶ ଚନ୍ଦ୍ର ଆଚାର୍ଯ୍ୟ, ଗଦାଧର ସାହୁ ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତ ଅତିଥିମାନଙ୍କୁ କଲେଜ ପକ୍ଷରୁ ଉପଢୌକନ ପ୍ରଦାନ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories