www.samajalive.in
Saturday, December 13, 2025
21.1 C
Bhubaneswar

ସାକ୍ଷୀଗୋପାଳ ଶାଖା କେନାଲ ଘାଇ; ୩୧ ଘଣ୍ଟା ପରେ ଗ୍ରାମବାସୀଙ୍କ ଦ୍ୱାରା ମରାମତି କରାଗଲା

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ସାକ୍ଷୀଗୋପାଳ ଶାଖା କେନାଲର ବାମ ପାର୍ଶ୍ୱ ବନ୍ଧର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭାଲୁ ବଜାର ନିକଟରେ ଶନିବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ପ୍ରାୟ ୧୨ ଫୁଟ ଲମ୍ବର ଏକ ଘାଇ ହୋଇଯାଇଥିଲା। ପ୍ରଫୁଲ୍ଲ ସ୍ୱାଇଁ, ସୁକାନ୍ତ ପ୍ରଧାନ, ବୁଲୁ ସିଂ, ଶଙ୍କର ବେହେରା, ପଦିଆ ବେହେରା, ଅଜୟ ଭୋଇ ଓ ଅଶୋକ ଜେନା ପ୍ରମୁଖଙ୍କ ସମେତ ଗ୍ରାମବାସୀମାନଙ୍କ ଉଦ୍ୟମ ଫଳରେ ଦୀର୍ଘ ୩୦ ଘଣ୍ଟା ପରେ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଘାଇ ମରାମତି ହୋଇଛି। ଏହି ଘାଇ ଫଳରେ ସାରଙ୍ଗଯୋଡି ପଞ୍ଚାୟତର ରାୟ ଚକ୍ରଧରପୁର, ହାଟ ସାହି, ମୁଦୁଲି ସାହି ଓ ଖୁଣ୍ଟିଆ ହରିଜନ ସାହି ଏବଂ ବିଶ୍ୱନାଥପୁର ପଞ୍ଚାୟତର ଛମାଣ ସାହି, ବାଲି ସାହି ପାଟଣା ଓ ଠାକୁର ମା’ ପାଟଣା ଗ୍ରାମର ଗହୀରରେ ପାଣି ପଶିଯାଇଛି। ପ୍ରାୟ ଏକ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ପ୍ରାୟ ୫ ଫୁଟ ଉଚ୍ଚତାରେ ଧାନ ବିଲରେ କେନାଲ ପାଣି ଲହଡି ମାରୁଛି।

ସାରଙ୍ଗଯୋଡି ନାଳ ଦେଇ ଏହି କେନାଲ ପାଣି ଗଙ୍ଗା ନାରାୟଣପୁର କଟ ଦେଇ ଭାର୍ଗବୀ ନଦୀକୁ ନିଷ୍କାସନ ହେବ। ମାତ୍ର ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ନଦୀରେ ଜଳ ପତ୍ତନ ଅଧିକ ଉଚ୍ଚତାରେ ରହିଛି। ଫଳରେ ଜଳ ନିଷ୍କାସନ ବିଳମ୍ବ ହୋଇପାରେ। ଜଳ ନିଷ୍କାସନରେ ବିଳମ୍ବ ହେଲେ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଧାନ ବିଲରେ ରହିଥିବା ଏହି ଉଦବୃତ୍ତ ଜଳ ନିଷ୍କାସନ କରିବା ନିମନ୍ତେ ସାରଙ୍ଗଯୋଡି ପଞ୍ଚାୟତ ସରପଞ୍ଚ ଜ୍ୟୋତିର୍ମୟୀ ରଥ ଓ କୃଷକମାନେ ଦାବୀ କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories