www.samajalive.in
Monday, December 15, 2025
26.1 C
Bhubaneswar

ମନ୍ଥା ପ୍ରଭାବିତ ଅଞ୍ଚଳ ବୁଲିଦେଖିଲେ ଗଞ୍ଜାମ ଜିଲ୍ଲାପାଳ

ପାତ୍ରପୁର: ମନ୍ଥା ପ୍ରଭାବରେ ଗଞ୍ଜାମର ପାତ୍ରପୁର ବ୍ଲକରେ ଜିଲ୍ଲାର ସର୍ବାଧିକ ବୃଷ୍ଟି ପାତ ରେକଡ୍ ହୋଇଛି। ବର୍ଷା ଫଳରେ ଅଞ୍ଚଳର ବ୍ୟାପକ ଚାଷ ଜମିରେ ପାଣି ମାଡ଼ି କ୍ଷୟ କ୍ଷତି ଆଶଙ୍କା ସୃଷ୍ଟି ହୋଇଛି । ବର୍ଷ ପର ଠାରୁ ପାତ୍ରପୁର ବ୍ଲକର କେତେକ ଗ୍ରାମର ଧାନ ଚାଷ ଜମି ଦେଇ ଏବେ ମଧ୍ୟ ପାଣିରେ ବୁଡି ରହିଛି। ଗଞ୍ଜାମ ଜିଲ୍ଲାପାଳ ଏହି ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଗୁଡ଼ିପଦର ଠାରେ ପହଞ୍ଚି ପଦ୍ମତୋଳା ନାଳରେ ବନ୍ୟା ପାଣି ଆସି ଧାନ ଚାଷ ଜମି ଦେଇ ପ୍ରବାହିତ ହେଉଥିବା ଅଞ୍ଚଳ ବୁଲି ଦେଖିଥିଲେ । ଏହା ପରେ ଉପସ୍ଥିତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ଉପସ୍ଥିତ ଅଧିକାରୀଙ୍କୁ ସହ କଥା ହେବା ସହ ତୁରନ୍ତ ଅଞ୍ଚଳରେ ହୋଇ ଥିବା କ୍ଷୟକ୍ଷତିର ସଠିକ୍ ଆକଳନ କରି ରିପୋର୍ଟ ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଜିଲ୍ଲାପାଳଙ୍କ ଏହି ଗସ୍ତ ବେଳେ ପାତ୍ରପୁର ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ କୁମାର ପଟ୍ଟନାୟକ, କୃଷି ଅଧିକାରୀ ଶ୍ରଦ୍ଧା ସିଂ ପୂର୍ବତନ ସରପଞ୍ଚ ୱାଇ ମୋହନ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories