www.samajalive.in
Saturday, December 6, 2025
23.1 C
Bhubaneswar

ବାଇକରେ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ ; ଜଣେ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ଫାଣ୍ଡି ପୁଲିସକୁ ସଫଳତା ମିଳିଛି । ଗଂଜେଇ ଚୋରା ଚାଲାଣ ବେଳେ ବାଇକ ସହ ୧୫ କିଲୋ ଗଂଜେଇ ଜବତ କରିବା ସହ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।
ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ ନାୟକଙ୍କ ନେତୃତ୍ୱରେ ପାତ୍ରପୁଟ ଫାଣ୍ଡି ଅଧିକାରୀ ବଳଭଦ୍ର ହରିଜନ ଏବଂ ପୁଲିସ କର୍ମଚାରୀଙ୍କ ସହ ମିଶି କଳାହାଣ୍ଡି ଜିଲ୍ଲାକୁ ବାଇକ ଯୋଗେ ଗଂଜେଇ ନେଇ ଯାଉଥିବା ସମୟରେ ଜବତ ହୋଇଛି। ୧୫ କେଜି ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ଅଞ୍ଚଳଗୁମ୍ମା ପଞ୍ଚାୟତ ଓ ପୂଜାରିଗୁଡା ମଧ୍ୟ ରେ ଥିବା ହିର୍ମିମୁଣ୍ଡା ଓ କାନ୍ଦ୍ରାରାଗୁଡା ରାସ୍ତା ନିକଟରେ ପୁଲିସ ଅଭିଯୁକ୍ତକୁ କାବୁ କରିଥିଲା । ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବାରାଡ଼ଙ୍ଗା ଗ୍ରାମର ଭଗବାନ ନାୟକ (୫୬) ବୋଲି ଜଣାପଡିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories