www.samajalive.in
Saturday, December 6, 2025
26.1 C
Bhubaneswar

ମୁଣ୍ଡ ବିନ୍ଧା ଦୂର କରେ ଏହି ମସଲା

ଅଦା: ମୁଣ୍ଡ ବିନ୍ଧା ହେଉଥିଲେ ଅଦା ଆପଣଙ୍କ ପାଇଁ ଏକ ମହୌଷଧି  ସଦୃଶ ହୋଇଥାଏ। ଅଦା ଓ ଲେମ୍ବୁର ରସକୁ ସମାନ ମାତ୍ରାରେ ମିଶାଇ ପିଅନ୍ତୁ। ଅଳ୍ପ ସମୟ ମଧ୍ୟରେ ମୁଣ୍ଡ ବିନ୍ଧା କମିଯିବ। ଏହା ସହିତ ଅଦାକୁ ମଧ୍ୟ ପାଣିରେ ଫୁଟାଇ ଆପଣ ପିଇପାରିବେ।

ଡାଲଚିନି: ମୁଣ୍ଡ ବିନ୍ଧା ପାଇଁ ଆମେ ଡାଲଚିନିର ମଧ୍ୟ ବ୍ୟବହାର କରିପାରିବା। ଡାଲଚିନିକୁ ପ୍ରଥମେ ଗୁଣ୍ଡ କରି ଦିଅନ୍ତୁ। ସେହି ଗୁଣ୍ଡକୁ ପାଣିରେ ମିଶାଇ ଗାଢା ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ୩୦ମିନିଟ ପର୍ୟ୍ୟନ୍ତ ମୁଣ୍ଡରେ ଲଗାଇ ରଖନ୍ତୁ। ତାପରେ ଅଳ୍ପ ଉଷୁମ ପାଣିରେ ତାକୁ ଧୋଇ ଦିଅନ୍ତୁ।

- Advertisement -

ଲବଙ୍ଗ: ଲବଙ୍ଗ ମୁଣ୍ଡ ବିନ୍ଧାକୁ ସଙ୍ଗେ ସଙ୍ଗେ କମାଇ ଦେଇଥାଏ। କିଛି ଲବଙ୍ଗ ନେଇ ଏକ ଧଳା କପଡାରେ ବାନ୍ଧି ଦିଅନ୍ତୁ। ତାପରେ ତାକୁ କିଛି ସମୟ ପର୍ୟ୍ୟନ୍ତ ଶୁଙ୍ଘନ୍ତୁ। କିଛି ସମୟ ପରେ ମୁଣ୍ଡ ବିନ୍ଧା କମିଯାଇଥିବ।
ବାଦାମ କ୍ଷୀର –
ବାଦାମରେ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଯାହା ଯେକୌଣସି ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। କ୍ଷୀର ସହ ବାଦାମ ମିଶାଇ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ।
ମାଛ ତେଲ –
ମାଛ ତେଲରେ ଓମେଗା- ୩,ଫେଟି ଏସିଡ଼ ଆଦି ରହିଛି। ଯାହା ରକ୍ତ ପ୍ରବାହ ସୂଚାରୁ ରୂପେ କରିଥାଏ। ରକ୍ତ ଚାପ ନିୟନ୍ତ୍ରଣ କରିଥାଏ। ତେଣୁ ମାଛ ତେଲ କିମ୍ବା ମାଛ ଚର୍ବି ଖାଇବା ଦ୍ୱାରା ଖୁବ ଲାଭ ମିଳିଥାଏ।
ଗରମ ପାଣି ଓ ଲେମ୍ବୁ –
ଉଷୁମ ପାଣିରେ ଅଳ୍ପ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏଥିରେ ଥିବା ପୋଷକ ତତ୍ତ୍ୱ ମୁଣ୍ଡ ବିନ୍ଧା ଯନ୍ତ୍ରଣାକୁ କମ କରିଥାଏ ଓ ସତେଜ ମଧ୍ୟ ଅନୁଭବ ହୋଇଥାଏ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories