ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍ ଆଜି ରାତ୍ରରେ ଏକ ଅଟୋରେ ଗଂଜେଇ ଚାଲାଣ ହେଉଥିବା କୌଣସି ପ୍ରକାର ଖବର ପାଇ ସରୁକୁଇ ଘାଟିରେ ତନଖୀ ବେଳେ ଉକ୍ତ ଅଟୋରୁ ୩୦ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରିଛି। ଗିରଫ ୨ ଜଣ ହେଲେ ଆକାସ ନାୟକ ଓ ବଚନ ସାହାଣୀ। ବଚନର ଘର ବରପଦା ଅଞ୍ଚଳରେ ହୋଇଥିବା ବେଳେ ଆକାସର ଘର ଶଗଡ଼ିଆ ସାହି ବୋଲି ପୁଲିସ୍ ପ୍ରକାଶ କରିଛି। କେସ ନଂ ୧୩ା୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।
Popular Categories



