www.samajalive.in
Saturday, December 6, 2025
15.1 C
Bhubaneswar

୬ ଲକ୍ଷ ଟଙ୍କାର ଗଂଜେଇ ଜବତ, ଚାଲାଣକାରୀ ଫେରାର୍‍

ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡ଼ା ପୁଲିସ୍‍ ରବିବାର ଗଂଜେଇ ଚାଲାଣ ପାଇଁ ଏକ ସ୍ଥାନରେ ରଖାଯାଇଥିବା କୌଣସି ପ୍ରକାର ଖବର ପାଇ ଅଚାନକ ଭାବେ ଚଢାଉ କରିଥିବା ବେଳେ ଅଭିଯୁକ୍ତମାନେ ଦୂରରୁ ପୁଲିସକୁ ଦେଖି ଫେରାର୍‍ ହୋଇଯାଇଥିବା ଜଣାପଡ଼ିଛି। ତେବେ ଚାଲାଣ ପାଇଁ ରଖାଯାଇଥିବା ୨୬୫ କେଜି ଗଂଜେଇ ଜବତ କରି ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି।

ଖବର ପ୍ରକାରେ, ଦିନ ପ୍ରାୟ ୧ଟା ବେଳେ ସଲାଗୁଡ଼ା ପଂଚାୟତ ଅନ୍ତର୍ଗତ ଗାଡ଼ିପଦର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ପାଖରେ ଥିବାର ଖବର ପାଇଁ ଚଢାଉ କରିଥିବା ପ୍ରକାଶ। ଜବତ ଗଂଜେଇର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଗତ କିଛିଦିନ ତଳେ ମଧ୍ୟ ଏଭଳି ଭାବେ ମଧ୍ୟ ଗଂଜେଇ ଚାଲାଣ ପାଇଁ ରଖାଯାଇଥିବା ବେଳେ ୧୦୦ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାରେ ଜଣେ ପଶ୍ଚିମବଙ୍ଗର ଗଂଜେଇ ମାଫିଆକୁ ପୁଲିସ୍‍ ଗିରଫ କରିବାରେ ସକ୍ଷମ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories