www.samajalive.in
Friday, December 12, 2025
15.1 C
Bhubaneswar

କୁଣ୍ଡାବସ୍ତାରେ ଗଞ୍ଜେଇ ଚାଲାଣ: ରାଇସ୍‍ ମିଲର୍ସ ନିରଞ୍ଜନ କେଡ଼ିଆଙ୍କୁ ଉଠାଇ ନେଲା ରାୟଗଡ଼ା ପୁଲିସ

ବଲାଙ୍ଗିର:କୁଣ୍ଡା ବସ୍ତା ଭିତରେ ଗଞ୍ଜେଇ। ଗତ ମାସ ୩ ତାରିଖରେ ରାୟଗଡ଼ା ଜିଲା ମୁନିଗୁଡ଼ା ଥାନାର ଡେଙ୍ଗସୋରଡ଼ା ଅଞ୍ଚଳର ସୁନୀଲ ସିଂ ଓ ଅନ୍ୟ ସହଯୋଗୀମାନେ ସେହି ଅଞ୍ଚଳରୁ ବିପୁଳ ଗଞ୍ଜେଇ ସଂଗ୍ରହ କରିଥିଲେ। ଏହି ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା କରାଯାଇଥିଲା। ରାଜ୍ୟ ରାଜପଥ ୫ର କୁଟ୍ରାଗଡରେ ମୁନିଗୁଡ଼ା ପୁଲିସ ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ସନ୍ଦେହରେ ଅଟକାଇ ଥିଲା। ଯାଞ୍ଚ ବେଳେ କୁଣ୍ଡା ବସ୍ତା ଭିତରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ରହିଥିବା ଜଣାପଡିଥିଲା। ସୁନୀଲ ସହ ଅନ୍ୟ ୬ଜଣଙ୍କୁ ମୁନିଗୁଡ଼ା ପୁଲିସ ଗିରଫ କରିଥିଲା। ପୁଲିସ ପଚରା ଉଚୁରା ବେଳେ ଏହି ଗଞ୍ଜେଇ କାରବାରର ଲିଙ୍କ ବଲାଙ୍ଗିରରେ ରହିଥିବା ଜାଣିବାକୁ ପାଇଥିଲା ପୁଲିସ। ମାଷ୍ଟର ମାଇଣ୍ଡ ନିରଞ୍ଜନ କେଡ଼ିଆ ବୋଲି ପୁଲିସ ସୂଚନା ପାଇବା ପରେ ସ୍ୱତନ୍ତ୍ର ଟିମ୍‍ କରି ବଲାଙ୍ଗିର ଆସିଥିଲା। ସ୍ଥାନୀୟ ପୁଲିସ ସହାୟତାରେ ସତର୍କତାର ସହ ରାୟଗଡ଼ା ଜିଲା ପୁଲିସ ଟିମ୍‍ ବଲାଙ୍ଗିର ସ୍ଥିତ ଘରୁ ଶ୍ରୀ କେଡ଼ିଆଙ୍କୁ ଉଠାଇ ନେଇଥିବା ଜଣାପଡିଛି। ଜବତ ଗଞ୍ଜେଇ ମଧ୍ୟପ୍ରଦେଶର ସାଗର ଜିଲାକୁ ଚାଲାଣ ହେଉଥିବା ବି ତଥ୍ୟ ହାତେଇଛି ପୁଲିସ। ଶ୍ରୀ କେଡ଼ିଆଙ୍କୁ ଗିରଫ କରିବା ପରେ ୨ଟି ମୋବାଇଲ୍‍ ଜବତ କରିଥିଲା। ସେଥିରେ ଗଞ୍ଜେଇ ଚାଲାଣର ୨୩ଟି ଫଟୋ ରହିଥିବା ପୁଲିସ ଜାଣିବାକୁ ପାଇଛି। ଶ୍ରୀ କେଡ଼ିଆଙ୍କ ଘର ଗୁଡଭେଲା ବ୍ଲକ ତୁଷୁରାରେ ହୋଇଥିବା ବେଳେ ତାଙ୍କ ମାଲିକାନାରେ ବଲାଙ୍ଗିର ଓ କଳାହାଣ୍ଡି ଜିଲାରେ ୩ଟି ରାଇସ୍‍ ମିଲ୍‍ ସହ ଗୋଟିଏ ପଥର କ୍ରସର ରହିଛି। ପୂର୍ବରୁ ମଧ୍ୟ ତାଙ୍କ ନାଁରେ ୨ଟି ମାମଲା ରହିଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories