www.samajalive.in
Saturday, December 13, 2025
21.1 C
Bhubaneswar

ନେତାଙ୍କ କଳିରେ ବଳି ପଡ଼ିଛି ଦେଓଗାଁ ବ୍ଲକ ବିକାଶ: ଧାରଣା ଦେଲେ ଅଧ୍ୟକ୍ଷାଙ୍କ ସହ ସମର୍ଥିତ ସରପଞ୍ଚ ଓ ସମିତି

ବଲାଙ୍ଗିର:ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଲକ। ବ୍ଲକର ଉନ୍ନତିମୂଳକ କାମ ପାଇଁ ରାଜ୍ୟ ସରକାର ଦେଉଛନ୍ତି କୋଟି କୋଟି ଟଙ୍କା। ତେବେ ଗତ ନିର୍ବାଚନରେ ବର୍ତ୍ତମାନର କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଅନୁଗାମୀ ଥିବା ଦେଓଗାଁ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ ମେହେର ଓ ବର୍ତ୍ତମାନ ଦେଓଗାଁ ବ୍ଲକ ଅଧ୍ୟକ୍ଷା ଥିବା ରୀନା ମେହେର ହାତ ଛାଡି ଶଂଖ ମୁହାଁ ହୋଇଥିଲେ। ଆଉ ତା’ପରେ ଦେଓଗାଁ ବ୍ଲକର ବିକାଶରେ ରାଜନେତାଙ୍କ ଛକାପଂଝା ବିକାଶରେ ଅନ୍ତରାୟ ହେଉଥିବା ଆଲୋଚନା ହେଉଛି। ସେହିପରି ନେତାଙ୍କ କଳିରେ କୋଟି କୋଟି ଟଙ୍କା ପଡି ରହୁଛି ତ ଫେରି ଯାଉଛି। ଏହି ପଡ଼ି ରହିଥିବା ଟଙ୍କାର ଶୀଘ୍ର କାମ ଆରମ୍ଭ କରିବା ଦାବିରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଙ୍କ ନେତୃତ୍ୱରେ ବ୍ଲକର ସରପଞ୍ଚ, ସମିତି ସଭ୍ୟମାନେ ଧାରଣା ଦେଇଥିଲେ।
୨୦୧୯ ଅଗଷ୍ଟ ବନ୍ୟାରେ ଭାଙ୍ଗି ଯାଇଥିବା ରାସ୍ତାଘାଟର ମରାମତି କରିବା ପାଇଁ ଆସିଥିବା ୧କୋଟି ୫୪ ଲକ୍ଷ ୮ଶହ ଟଙ୍କା ଖର୍ଚ୍ଚ ନହୋଇ ସେମିତି ରହିଛି। କେଉଁ ରାସ୍ତାରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ମଧ୍ୟ ନିଷ୍ପତ୍ତି ହୋଇଛି। ହେଲେ କାମ ଭାଗ ବଣ୍ଟାକୁ ନେଇ କାମ ଆରମ୍ଭ କରାଯାଉ ନଥିବା ଆଲୋଚନା ଜୋରଦାର୍‍। ପୂର୍ବରୁ ସମସ୍ତ କାମ ବିଭାଗୀୟ ଅଧିକାରୀଙ୍କ ନାମରେ କରାଯିବା ପାଇଁ ସ୍ଥିର କରାଯାଇଥିଲେ ବି ଚୁପ୍‍। ତୁରନ୍ତ କାମ ଆରମ୍ଭ କରିବା ପାଇଁ ସରପଞ୍ଚଠାରୁ ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟମାନେ ଦାବି କରୁଥିବା ବେଳେ ବିଡିଓ କେବଳ ଫାଇଲ୍‍ ଖୋଲି ନୀରବ ରହିଥିବା ନେଇ ସମାଲୋଚନା କରାଯାଇଥିଲା ଗତ ୨୧ ତାରିଖ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ। ୭ ଦିନ ମଧ୍ୟରେ କାମ ଆରମ୍ଭ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ ବି କିଛି ହେଲା ନାହିଁ। ଇତିମଧ୍ୟରେ ୧୨ ଦିନ ବିତି ଯାଇଛି। ଗୋଟିଏ ବି କାମ ଆରମ୍ଭ ହୋଇ ନାହିଁ। ଫଳରେ ଦେଓଗାଁ ବ୍ଲକ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ, ସଭ୍ୟାମାନେ ଧାରଣା ଦେଇଥିଲେ।
କେବଳ ବନ୍ୟା କ୍ଷୟକ୍ଷତି ଟଙ୍କା ନୁହେଁ, ଦେଓଗାଁ ବ୍ଲକରେ ୧୧ଟି ଖଳା ନିର୍ମାଣ ପାଇଁ ବି ନିଷ୍ପତ୍ତି ହୋଇଥିଲା। ୨ ବର୍ଷ ହେଲା ଖଳା ପ୍ରତି ସାଢେ ୭ଲକ୍ଷ ଟଙ୍କା ହିସାବରେ ଟଙ୍କା ଆସିଥିବା ଜଣାପଡିଛି। ତେବେ ନେତାଙ୍କ କଳି ପାଇଁ ଏହି କାମ ବି ବନ୍ଦ ହୋଇ ରହିଛି। କିନ୍ତୁ ସାଧାରଣରେ ଆଲୋଚନାରେ କ୍ଷମତା ଲଢେଇ ଓ ରାଜନୀତି ପାଇଁ ଦେଓଗାଁ ବ୍ଲକର ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି କରା ନଯାଉ। ନିଜ ନିଜ ଭିତରେ ଥିବା କଳି ପାଇଁ ଦେଓଗାଁ ବ୍ଲକର ବିକାଶ କାହିଁକି ବାଧକ ହେବ ବୋଲି ପ୍ରଶ୍ନ ଉଠିଲାଣି ଲୋକଙ୍କ ମଧ୍ୟରେ। କିନ୍ତୁ ଯେତେ ଯାହା କହିଲେ ବି ରାଜନୀତିର ଖେଳରେ ଏବେ ଘାଣ୍ଟି ହେଉଛି ଦେଓଗାଁ ବ୍ଲକ ଓ ଏହାର ଉନ୍ନୟନ କାମ। ଆଉ କାଦୁଅ ଫିଙ୍ଗା ଫିଙ୍ଗି ହେଇ ନିଜ ମୁଣ୍ଡରୁ ଦୋଷ ଖସାଇବା ଓ ଚାପ ସୃଷ୍ଟି ପାଇଁ କର୍ମୀଙ୍କ ଜରିଆରେ ନେତାଏ ଚଳାଉଛନ୍ତି ଧାରଣା, ଆନ୍ଦୋଳନ, ବିକ୍ଷୋଭ ଭଳି ରାଜନୈତିକ ଗୋଟି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories