www.samajalive.in
Saturday, December 6, 2025
14.1 C
Bhubaneswar

ଗଞ୍ଜେଇ ଚୋରା ଚାଲାଣ, ୪ ଗିରଫ

ଫୁଲବାଣୀ: ଖଜୁରିପଡା ପୁଲିସ ବୁଧବାର ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ୪ ଜଣ ଯୁବକ ଏବଂ ଜଣେ ନାବାଳକଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ପ୍ରକାରେ, ଭୁବନେଶ୍ୱର ଅଭିମୁଖେ ଏମାନେ ଗଞ୍ଜେଇ ନେଇ ଯାଉଥିବା ଖବର ବିଶେଷ ସୂତ୍ରରୁ ଖଜୁରିପଡା ଥାନା ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା। ଏହି ଖବର ପାଇ ଥାନା ଆଗରେ ଯାଞ୍ଚ କଲାବେଳେ ସେହି ରାସ୍ତା ଦେଇ ଆସୁଥିବା ୨ ଗୋଟି ଗାଡ଼ିରୁ ୧୮କେଜି ୫୦୦ଗ୍ରାମ ଗଞ୍ଜେଇ ମିଳିଥିଲା। ପୁଲିସ ଗାଡି ଦୁଇଟିକୁ ଜବତ କରିବା ସହିତ ୪ ଜଣ ଅଭିଯୁକ୍ତଙ୍କୁୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଆକାଶ ସାହାଣୀ (୨୦), ପ୍ରକାଶ ସାହାଣୀ(୨୫), ସୁକେଶ ସାହାଣୀ(୨୦), ହନୁମନ୍ତ ସାହାଣୀ(୨୨) ଏବଂ ଅନ୍ୟ ଜଣେ ନାବାଳକ। ଏମାନଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ବରପଦର ଗ୍ରାମରେ। ଖଜୁରିପଡା ଥାନାରେ ଏ ନେଇ କେସ ନଂ-୧୨୫/୨୦ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ବିକାଶ ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories