www.samajalive.in
Saturday, December 6, 2025
26.1 C
Bhubaneswar

୧୭୫ ଏକର ସଂରକ୍ଷିତ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍‍ ଓ ଅବକାରୀ ବିଭାଗ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡ଼ା, ପାଗାସାହି, ଲାଇନପାଲି, ପିଡ଼ିଆଗୁଡ଼ା, ବଡ଼ିଗୁଡ଼ା ଓ ଜଟଣିଖୋଲ ଆଦି ଗ୍ରାମର ବିିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୭୫ ଏକର ଜମିରୁ ଆଜି ଫିରିଙ୍ଗିଆ ପୁଲିସ୍‍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ଗଛ କାଟିବା ସହିତ ପୋଡ଼ି ନଷ୍ଟ କରିଦେଇଛନ୍ତି। ଏହି ଅଭିଯାନରେ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଅବକାରୀ ବିଭାଗର ସବଇନିସ୍ପେକ୍ଟର ଅଜୟ କୁମାର ଓରାମଙ୍କ ସମେତ ଅବକାରୀ କର୍ମଚାରୀ ଏବଂ ଦୁଇ ପ୍ଲାଟୁନ ଶସସ୍ତ୍ର ପୁଲିସ ଓ ୪୦ ଜଣ ଶ୍ରମିକ ଏଥିରେ ନିୟୋଜିତ ହୋଇଥିଲେ। ଏହି ସଂକ୍ରାନ୍ତରେ ଥାନାରେ ୧୦୦ା୨୦ରେ ଏକ ମାମଲା ରଜୁ କରାଯାଇଥିବା ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ସୂଚନା ଦେଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories