www.samajalive.in
Saturday, December 6, 2025
26.1 C
Bhubaneswar

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମ୍‌ଜୋରି’ ଶୁଭମହୁରତ

ଭୁବନେଶ୍ବର: ଶ୍ରଦ୍ଧା ସବୁରି ପ୍ରଡକ୍ସନ ନିବେଦିତ ତଥା ସୁପ୍ରିମ୍ ଏଣ୍ଟରଟେନ୍‌ମେଣ୍ଟ ସହ ପ୍ରଯୋଜନାରେ ନିର୍ମିତ ନୂଆ ଓଡିଆ ଚଳଚ୍ଚିତ୍ର ‘ତୁ ମୋ କମ୍‌ଜୋରି’ର ଶୁଭମହୁରତ ହୋଇଯାଇଛି। ପଟିଆସ୍ଥିତ ସାଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ତରଙ୍ଗ ଟିଭିର ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ କ୍ଲାପ ଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ‘ତୁ ମୋ କମ୍‌ଜୋରି’ ସହ ସମ୍ପୃକ୍ତ କଳାକାର ତଥା ଟେକ୍ନିସିଆନ୍‌ଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା।

- Advertisement -

‘ତୁ ମୋ କମ୍‌ଜୋରି’ ହେଉଛି ଏକ ନିଆରା ପ୍ରେମ କାହାଣୀ ଯେଉଁଥିରେ ଲଭ୍ ଅଛି ରୋମାନ୍ସ ଅଛି ଇମୋସନ ଅଛି, ଅଛି ସସ୍‌ପେନ୍ସ। ଆଉ ରହିଛି କମଜୋରି ବା ଦୁର୍ବଳତା। ନାୟକ ପାଇଁ ନାୟିକାର ନା ନାୟିକା ପାଇଁ ନାୟକର, କାହା ପାଇଁ କାହାର ରହିଛି କମଜୋରି ତାହା ଚଳଚ୍ଚିତ୍ର ରିଲିଜ୍ ହେବା ପରେ ହିଁ ଜଣାପଡିବ। ଏହି ମ୍ୟୁଜିକାଲ୍ ଲଭ୍‌ଷ୍ଟୋରି ପ୍ରମୁଖ ଭୂମିକାରେ ରାକେଶ ଦେଓ, ଅନୁଭା ସୌର୍ଯ୍ୟା ଏବଂ ଲିପିକା ନଜର ଆସିବେ। ରାକେଶ ଓ ଅନୁଭା ଯୋଡିର ଏହା ପ୍ରଥମ ଚଳଚ୍ଚିତ୍ର। ଏଥିରେ ଦେବଙ୍କୁ ଏକ ବିଶେଷ ଖଳ ଚରିତ୍ରରେ ଦେଖିବାକୁ ମିଳିବ। ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ଆଶିଷ, ସୋମୁ, ବର୍ଷା, ଜ୍ୟୋତି, ନଟିଆ, ଜୋଜୋ, ଗୀତିମୟ ନନ୍ଦ ଓ ବିଜୁ ବଡଜେନା ପ୍ରମୁଖ। ମୌଳିକ ତଥା ବଳିଷ୍ଠ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଭାର୍ଗବୀ ତ୍ରିପାଠୀ, ଟିକି ପଟ୍ଟନାୟକ ଓ ଲିଙ୍ଗରାଜ ପାତ୍ର। ନିର୍ଦେଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ। କାହାଣୀ ରଚନା କରିଛନ୍ତି ଆଶୁତୋଷ ତ୍ରିପାଠୀ ଏବଂ ସଂଳାପ ଦେଇଛନ୍ତି ଡ. ନିର୍ମଳ ନାୟକ। ସଙ୍ଗୀତ ଏ ଚଳଚ୍ଚିତ୍ର ପାଇଁ ବିଶେଷ ଗୁରୁତ୍ୱ ରଖୁଥିବାବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ମେଲୋଡି ମେକର୍ ପ୍ରେମ୍ ଆନନ୍ଦ। ଗୀତରଚନା କରିଛନ୍ତି ବସନ୍ତରାଜ ସାମଲ, ଡ.ନିର୍ମଳ ନାୟକ ଓ ସୁବ୍ରତ ସ୍ୱାଇଁ। କଣ୍ଠଦାନ କରିଛନ୍ତି ଓଡିଶାର ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା, ଦୀପ୍ତିରେଖା, ଆଶୁତୋଷ, ସବିଶେଷ ଓ ଦେବବ୍ରତ। କ୍ୟାମେରାରେ କାହ୍ନୁ ନନ୍ଦ ଶୁଭମ୍, ସମ୍ପାଦନାରେ ରଞ୍ଜନ ଖଟେଇ ଓ କଳା ନିର୍ଦେଶନାରେ ପାଣ୍ଡିଆ ଥିବାବେଳେ ନୃତ୍ୟ ନିର୍ଦେଶନା ଦେବେ ରାକେଶ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories