ନକଲି ବେଶରେ ବି ଧରା ପଡିଥିଲେ ସୌରଭ ଗାଙ୍ଗୁଲୀ

0

କୋଲକତା: ପ୍ରତିବର୍ଷ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟିୟର ସୌରଭ ଗାଙ୍ଗୁଲୀ ଦୂର୍ଗାପୂଜା ପାଳନ କରିଥାଆନ୍ତି । ଏହି ଅବସରରେ ସେ କୋଲକାତାର ବିଭିନ୍ନ ପୂଜା ମଣ୍ଡପ ବୁଲି ଥାଆନ୍ତି ।  ଦୂର୍ଗା ପ୍ରତିମା ବିସର୍ଜନରେ ବି ସାମିଲ ହୁଅନ୍ତି ।  ଭାରତର  ଅନ୍ତର୍ଜାତୀୟ କ୍ରିକେଟ ଦଳର ଅଧିନାୟକ ଥିବା ସମୟରେ  ସୌରଭ ଗାଙ୍ଗୁଲିଙ୍କୁ  ବିସର୍ଜନରେ ସାମିଲ ହେବା ପାଇଁ ସର୍ଦ୍ଦାରଜୀ ବେଶ ଧାରଣ କରିବାକୁ ପଡିଥିଲା । ସେ ନକଲି ଦାଢି ନିଶ ସାଙ୍ଗକୁ ମୁଣ୍ଡରେ ପଗଡି ଭିଡିଥିଲେ। ଭିଡରୁ ବର୍ତ୍ତିବା ପାଇଁ ସେ ଏପରି ବେଶ ଧାରଣ କରିଥିବା କଥା କହିଛନ୍ତି । ସେ ହର ଭଜନଙ୍କର ପରି ବେଶ ଧାରଣ କରିଥିଲେ । ତାଙ୍କ  ପତ୍ନୀ ତଥା ଓଡିଶୀ ନର୍ତ୍ତକୀ ଡୋନା ତାଙ୍କ  ପାଇଁ ଜଣେ ରୂପ ସଜ୍ଜା କଳାକାର(ମେକ୍‌ ଅପ୍‌ ଆର୍ଟିଷ୍ଟ) ଠିକ୍‌ କରିଥିଲେ। ତାଙ୍କ ଘର ନିକଟରୁ ବାହାରୁ ଥିବା ଦୂର୍ଗା ମୂର୍ତ୍ତି ବିସର୍ଜନ ଟ୍ରକରେ ସେ ଚଢିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର କିଛି ପୁଲିସ ଏଥିରୁ ନିବୃର୍ତ୍ତ  କରାଇଥିଲେ ।  ଏହାପରେ ସେ ନିଜ କାରରେ ଟ୍ରକ ପଛରେ ଯାଇଥିଲେ ।

prayash

ମାତ୍ର ଏହି ବେଶରେ ବି ତାଙ୍କ ପ୍ରଶଂସକ ତାଙ୍କୁ ଚିହ୍ନି ଯାଇଥିଲେ। କାର୍ଯ୍ୟରତ ଜଣେ ପୁଲିସ ଇନିସ୍‌ପେକ୍ଟର କାର ଭିତରକୁ ଅନେଇବା ସହ ତାଙ୍କୁ ଚିହ୍ନି ଯାଇ ହସିଥିଲେ । ମାତ୍ର ଗାଙ୍ଗୁଲୀ ଏଥିରୁ ତାଙ୍କୁ ବାରଣ କରିବା ସହ କାହାକୁ ଏ ବିଷୟରେ ନ କହିବା ପାଇଁ କହିଥିଲେ । ମୂର୍ତ୍ତୀ ବିସର୍ଜନ ସମ୍ପନ୍ନ ହେବା ପରେ ସେ ଘରକୁ ସେହି ବେଶରେ ଫେରିଥିଲେ ।  ମାତ୍ର ପୁଲିସ ଜଣଙ୍କୁ ତାଙ୍କୁ ଚିହ୍ନି ଯିବାରୁ ଟିକେ ଲାଜ ଲାଗିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି ।

kalyan agarbati
Leave A Reply