www.samajalive.in
Thursday, December 11, 2025
15.1 C
Bhubaneswar

ଗଙ୍ଗାସାଗର ପୁଣ୍ୟାର୍ଥୀଙ୍କ ସୁରକ୍ଷା ପ୍ରସଙ୍ଗ ; ଲାଗିବ ସାତଶହ ‘ସିସି କ୍ୟାମେରା’

କଲକାତା : ଗଙ୍ଗାସାଗର ମେଳା ଯେପରି ଶୃଙ୍ଖଳିତ ଏବଂ ଦୁର୍ଘଟଣାଶୂନ୍ୟ ହୁଏ ସେଥିପାଇଁ ବ୍ୟାପକ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିଛି। ଗଙ୍ଗାସାଗର ମେଳା ଦକ୍ଷିଣ ୨୪ପ୍ରଗଣାରେ ହେଉଥିଲେ ସୁଦ୍ଧା କଲକାତାର ବାବୁଘାଟଠାରୁ ଏହି ମେଳାର ସମ୍ପର୍କ ରହିଛି। ତେଣୁ ବାବୁଘାଟରୁ ମେଳା ପ୍ରାଙ୍ଗଣ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକରେ ପ୍ରାୟ ୭ଶହ କ୍ଲୋଜ୍‍ ସର୍କିଟ୍‍ କ୍ୟାମେରା ବସାଯିବ। ଏହା ସହିତ ମୁଡ଼ିଗଙ୍ଗାରେ ଡ୍ରେଜିଂ କରିବା ପାଇଁ ରାଜ୍ୟ ସରକାର ସଂପ୍ରତି ଅଧିକ ମେସିନ୍‍ ଲଗାଇଛି। ଏଥିପାଇଁ ଶହେ କୋଟି ଟଙ୍କା ବରାଦ ହୋଇଛି। ସର୍ବୋପରି ଗଙ୍ଗାସାଗର ବକ୍‍ଖାଲି ଉନ୍ନୟନ ପରିଷଦ ପକ୍ଷରୁ ଦୁଇଶହଟି ଶୌଚାଳୟ ଏହା ମଧ୍ୟରେ ନିର୍ମାଣ ହୋଇଛି। ଗଙ୍ଗାସାଗର ମେଳାକୁ ନଜରରେ ରଖିବା ପାଇଁ ବେଲୁନ୍‍ କ୍ୟାମେରା ଲଗାଯିବ। ସେଥିପାଇଁ ଆନୁସଙ୍ଗିକ କାର୍ଯ୍ୟ ଶେଷହୋଇଛି। ଗ୍ୟାସ ବେଲୁନ୍‍ ସହିତ ଉନ୍ନତମାନର କ୍ୟାମେରା ବସାଯିବ। ଯାହାଦ୍ୱାରା କ୍ୟାମେରା ମାଧ୍ୟମରେ ଚିତ୍ର କମ୍ପ୍ୟୁଟରକୁ ଆସିବ। ଫଳରେ ନିୟନ୍ତ୍ରଣ ପାଇଁ ଆନୁସଙ୍ଗିକ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବେ। ନବାନ୍ନ ସୂତ୍ରରୁ ଜଣାପଡ଼ିଛି ଯେ ଭିଡ଼ କମାଇବା ପାଇଁ କଲକାତାର ବାବୁଘାଟ ସହିତ ବିଭିନ୍ନ ଅଞ୍ଚଳରେ ପୁଣ୍ୟାର୍ଥୀଙ୍କ ପାଇଁ କଣ୍ଟ୍ରୋଲ ରୁମ୍‍ ଖୋଲାଯିବ। ଏଥିପାଇଁ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପୁଣ୍ୟାର୍ଥୀମାନେ ଗଙ୍ଗା ପାରି ହେବା ସମୟରେ ଭେସେଲ୍‍କୁ ନେଇ ବିବାଦ ଉପୁଜିଥାଏ, ତେଣୁ ଚଳିତବର୍ଷ ସାଗରଦ୍ୱୀପରେ ଅଧିକ ଭେସେଲ୍‍ ବ୍ୟବସ୍ଥା କରାଯାଇଛି।
କୌଣସି କାରଣରୁ ଏହି ଜଳଯାନଗୁଡ଼ିକ ଛାଡ଼ିବାରେ ବିଳମ୍ବ ଘଟିଲେ ଚେମାଗୁଡ଼ି ଓ ନାରାୟଣପୁର ଜେଟିଘାଟରେ ଭିଡ଼ ହୋଇଥାଏ, ତେଣୁ ବହୁ ସମୟରେ ଦୁର୍ଘଟଣା ଘଟେ। ଯାହାର ଅବସାନ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି। ପରିସ୍ଥିତି ଅନୁସାରେ ବାବୁଘାଟରୁ ଗାଡ଼ି ଛାଡ଼ିବାର ଅନୁମତି ନେବାକୁ ହେବ। ପ୍ରୟୋଜନସ୍ଥଳେ ଗାଡ଼ିଗୁଡ଼ିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକାଇବାର ସିଦ୍ଧାନ୍ତ ନିଆଯାଇଛି। ଗଙ୍ଗାସାଗର ମେଳା ଉପଲକ୍ଷେ ସାଗରର ସଂଲଗ୍ନ ଅଞ୍ଚଳରେ ଅତିଥିଶାଳାମାନ ଖୋଲାଯାଇଛି। ଗଙ୍ଗାସାଗର ଯିବା ପଥରେ ଯେଉଁମାନେ ଅସୁସ୍ଥ ହେବେ ସେମାନଙ୍କୁ ସ୍ୱତନ୍ତ୍ର ଯାନଦ୍ୱାରା ମେଳା ପ୍ରାଙ୍ଗଣରେ ପହଞ୍ଚାଇ ଦିଆଯିବ। ଆସନ୍ତା ୨୦ତାରିଖରୁ ମେଳା ପାଇଁ ଉଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ନିମିତ୍ତ ପଦକ୍ଷେପ ନିଆଯାଇଛି। ବିଶେଷ କ କରି ୯ତାରିଖରୁ ମୁଡ଼ିଗଙ୍ଗାର ଡ୍ରେଜିଂ କାମ ଆରମ୍ଭ ହେବ। ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପଦକ୍ଷେପ ନେଇଛି। ଏହା ସହିତ ଡ୍ରୋନ୍‍ ମାଧ୍ୟମରେ ବି ନଜର ରଖାଯିବ। ଏହି ବିଷୟରେ ଜନସ୍ୱାସ୍ଥ୍ୟ କାରିଗରୀ ମନ୍ତ୍ରୀ ମଳୟ ଘଟକ କହିଛନ୍ତି ଯେ ଇଚ୍ଛାକୃତ କେତେକ ରାଜନୈତିକ ଦଳ ଗଣ୍ଡଗୋଳ କରିବାର ପଦକ୍ଷେପ ନେଇଛନ୍ତି, ଯାହାକୁ ରୋକିବା ପାଇଁ ସରକାର ବଦ୍ଧ ପରିକର। ତେଣୁ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ବହୁବିଧ ପଦକ୍ଷେପ ହାତକୁ ନିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories