www.samajalive.in
Tuesday, December 9, 2025
16.1 C
Bhubaneswar

ଛାତ୍ର ନିର୍ମାଣ କଲେ ‘ସ୍ମାର୍ଟ ତଲାରି’

ସୋରଡ଼ା : ଜଣେ ନବମ ଶ୍ରେଣୀ ଛାତ୍ର ତିଆରି କରିଛନ୍ତି ସ୍ମାର୍ଟ ତଲାରି। ସୋରଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ମେରିକୋଟ ପଞ୍ଚାୟତର ମେରିକୋଟ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବାବୁଲା ଗୌଡ଼ ପ୍ରସ୍ତୁତ କରିଥିବା ସ୍ମାର୍ଟ ତଲାରି କୃୃଷକଙ୍କ ନିମନ୍ତେ ବେଶ ସହାୟକ ହୋଇପାରିବ।
ଆମ ରାଜ୍ୟର ଅଧିକାଂଶ ଜିଲାରେ କୃଷକମାନେ ତଲାରି ବ୍ୟବହାର କରିଥାଆନ୍ତି। ତାହାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଢାଞ୍ଚାରେ ବାବୁଲା ନିର୍ମାଣ କରିଛନ୍ତି ସ୍ମାର୍ଟ ତଲାଣି। ଏହି ସ୍ମାର୍ଟ ତଲାରିର ବିଶେଷତ୍ୱ ହେଲା ଏହା ଖରା ଓ ବର୍ଷାରୁ ରକ୍ଷାଦେବା ସହ ବଲବ ଜଳିବ ଓ ଫ୍ୟାନ ବୁଲିବ। ସବୁଠାରୁ ଉପାଦେୟ ହେଲା ପାଣିପାଗ ସାଙ୍ଗକୁ ମୃତ୍ତିକା ପରୀକ୍ଷା ସମ୍ବନ୍ଧୀୟ ଖବର ମଧ୍ୟ ତଲାରି ମାଧ୍ୟମରେ ଜାଣି ହେଉଛି। ତଲାରିରେ ଏକ ସ୍ୱତନ୍ତ୍ର ରାଡ଼ାର ଖଞ୍ଜା ଯାଇଛି। ଏହାଦ୍ୱାରା ଏଫଏମ ରେଡ଼ିଓ ଓ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସୂଚନା ଜାଣିହେବ। ତଲାରିରେ ଖଚିିତ ସମସ୍ତ ଉପକରଣ ସୌରଚାଳିତ। ଜମିରେ କାମ କଲାବେଳେ ସୌର ତାପରେ ଚାର୍ଜ ଅତି ସହଜରେ କରିହେବ। ଏସବୁକୁ ବାଦ ଦେଲେ ତଲାରିରେ ଉତ୍ପନ୍ନ ସୌରଶକ୍ତିକୁ ବ୍ୟବହାର କରି ଔଷଧ ସିଞ୍ଚନ ଯନ୍ତ୍ର ମଧ୍ୟ ବ୍ୟବହାର କରିହେବ। କ୍ଷୁଦ୍ର ଧାନ କଟା ଯନ୍ତ୍ର ମଧ୍ୟ ଚାଲୁଅଛି। ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲାସ୍ତରକୁ ବାବୁଲାଙ୍କ ଏହି ଅଭିନବ ପ୍ରକଳ୍ପ ମନୋନୀତ ହୋଇଛି। ବିଗତ ୩ ବର୍ଷ ମଧ୍ୟରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜ୍ୟ ଓ ଜାତୀୟ ସ୍ତରରେ ବିଜ୍ଞାନ ପ୍ରଦର୍ଶନରେ ପୁରସ୍କୃତ ହେବା ସହିତ ରାଜ୍ୟ ଆଞ୍ଚଳିକ ବିଜ୍ଞାନ ପ୍ରତିଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି। ଏହି ପ୍ରକଳ୍ପକୁ ସରକାରଙ୍କ ପକ୍ଷରୁ ସାହାଯ୍ୟ ଓ ସହୋଯୋଗ ମିଳିଲେ କୃଷକଙ୍କ ନିମନ୍ତେ ବେଶ ସହାୟକ ହୋଇପାରିବ ବୋଲି ଗାଇଡ଼ ଶିକ୍ଷକ ରଘୁନାଥ ବେହେରା କହିଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories