www.samajalive.in
Thursday, December 11, 2025
26.1 C
Bhubaneswar

ସର୍ଜିକାଲ ଷ୍ଟ୍ରାଇକ୍‍ର ରାଜନୀତୀକରଣ ହେଉଛି : ଡି.ଏସ୍‍ ହୁଦା

ଚଣ୍ଡିଗଡ଼ : ସର୍ଜିକାଲ ଷ୍ଟ୍ରାଇକ୍‍କୁ ନେଇ ରାଜନୀତି ପୁଣି ଜମିଛି। ପୂର୍ବରୁ ବିଜେପି ଓ କଂଗ୍ରେସ ଏହାକୁ ନେଇ ତୁମ୍ବିତୋଫାନ ଚଳାଇଥିବାବେଳେ ଏବେ ଏଥିରେ ନିଆଁ ଢ଼ାଳିଛନ୍ତି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ୍‍ ହୁଦା। ‘ସର୍ଜିକାଲ ଷ୍ଟ୍ରାଇକ୍‍ର ସଫଳତାକୁ ନେଇ ପ୍ରାରମ୍ଭିକ ଖୁସି ସ୍ୱାଭାବିକ; କିନ୍ତୁ ଏହାକୁ ନେଇ ଯେମିତି କ୍ରମାଗତ ଭାବେ ଅତିଶୟ ପ୍ରଚାର କରାଯାଉଛି ତାହା ଶୋଭନୀୟ ନୁହେଁ। ଏ ସମଗ୍ର କାର୍ଯ୍ୟକ୍ରମକୁ ଗୋପନୀୟ ରଖାଯିବା ବରଂ ଭଲ ହୋଇଥାଆନ୍ତା’ ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ହୁଦା। ‘ସାମରିକ କାର୍ଯ୍ୟାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଆମେ ଏହାକୁ ସୁଚାରୁରୂପେ ସମ୍ପନ୍ନ କରିଥିଲୁ। ମୁଁ ଭାବୁଛି, ଏହାକୁ ନେଇ ରାଜନୈତିକ ମହଲରେ ଅଧିକ ପ୍ରଚାର କରାଯାଉଛି, ସେନା କାର୍ଯ୍ୟାନୁଷ୍ଠାନକୁ ରାଜନୀତୀକରଣ କରାଯାଉଛି। ଏହା ଠିକ୍‍ କି ଭୁଲ ତାହାର ଉତ୍ତର ରାଜନୀତିଜ୍ଞମାନେ ଦେଇପାରିବେ’ ବୋଲି ଚଣ୍ଡିଗଡ଼ଠାରେ ଆୟୋଜିତ ସାମରିକ ସାହିତ୍ୟ ଉତ୍ସବରେ ‘ରୋଲ ଅଫ କ୍ରସ୍‍-ବର୍ଡର ଅପରେସନ୍ସ ଏଣ୍ଡ ସର୍ଜିକାଲ ଷ୍ଟ୍ରାଇକ୍ସ’ ଆଲୋଚନାଚକ୍ରରେ ସେ କହିଛନ୍ତି।’
୨୦୧୬ ସେପ୍ଟେମ୍ବର ୨୮-୨୯ରାତିରେ ନିୟନ୍ତ୍ରଣ ରେଖା ଡେଇଁ ଭାରତୀୟ ଯବାନମାନେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଥିଲେ। ଉରି ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣର ଏହା ଜବାବ ଥିଲା। ସେହି ସମୟରେ ଲେଫ୍ଟନାଣ୍ଟ ଜେନେରାଲ ହୁଦା ଉତ୍ତର ସେନା କମାଣ୍ଡ ମୁଖ୍ୟ ଥିଲେ। ଉପରୋକ୍ତ ଆଲୋଚନାଚକ୍ରରେ ପଞ୍ଜାବ ରାଜ୍ୟପାଳ ଭି.ପି ସିଂହ ବାଦ୍‍ନୋରଙ୍କ ସହ ଏକାଧିକ ପୂର୍ବତନ ସେନାଧିକାରୀ ଉପସ୍ଥିତ ଥିଲେ। ଅଧିକାଂଶ ସେନାଧିକାରୀ ସାମରିକ କାର୍ଯ୍ୟାନୁଷ୍ଠାନର ରାଜନୀତିକରଣକୁ ନାପସନ୍ଦ କରିଥିଲେ।
ଲେଫ୍ଟନାଣ୍ଟ ଜେନେରାଲ ହୁଦାଙ୍କ ମନ୍ତବ୍ୟକୁ ଖଣ୍ଡନ କରି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ‘ସର୍ଜିକାଲ ଷ୍ଟ୍ରାଇକ୍‍ରେ ହୁଦା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଭାବନା ହୋଇଥାଇପାରେ। ଏହା ଉପରେ ମନ୍ତବ୍ୟ ରଖିବା ସମୀଚୀନ ହେବ ନାହିଁ।’
ଅପରପକ୍ଷରେ ହୁଦାଙ୍କ ମନ୍ତବ୍ୟ ଆଧାରରେ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସବୁବେଳେ ସର୍ଜିକାଲ ଷ୍ଟ୍ରାଇକ୍‍କୁ ନେଇ ମୋଦୀ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରିଆସୁଛନ୍ତି ବୋଲି ଅଭିଯୋଗ କରିଆସୁଥିବା ରାହୁଲ ଟ୍ୱିଟରରେ କହିଛନ୍ତି ଯେ ‘ମିଷ୍ଟର-୩୬ଙ୍କୁ ଲାଜ ନାହିଁ। ସାମରିକ ବାହିନୀକୁ ରାଜନୈତିକ ତଥା ବ୍ୟକ୍ତିଗତ ଫାଇଦା ପାଇଁ ବ୍ୟବହାର କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ହୁଦାଙ୍କ ମନ୍ତବ୍ୟ ପରେ ସରମ ଲାଗିବା କଥା। ଏହି ପରିପ୍ରେକ୍ଷୀରେ ଲେଫ୍ଟନାଣ୍ଟ ଜେନେରାଲ ହୁଦା ବାସ୍ତବ ଜେନେରାଲ; ତାଙ୍କ ପାଇଁ ଭାରତ ଗର୍ବିତ। ମୋଦୀ ସର୍ଜିକାଲ ଷ୍ଟ୍ରାଇକ୍‍କୁ ବକ୍ତିଗତ ସମ୍ପତ୍ତି ତଥା ରାଜନୈତିକ ପୁଞ୍ଜି ଭାବେ ଓ ରାଫେଲ ବୁଝାମଣାକୁ ଅନିଲ ଅମ୍ବାନୀଙ୍କ ବାସ୍ତବ ପୁଞ୍ଜି ଭାବେ ବ୍ୟବହାର କରୁଛନ୍ତି।’ ପ୍ରଧାନମନ୍ତ୍ରୀଙ୍କୁ ସବୁବେଳେ ‘ମିଷ୍ଟର-୫୬’ ବୋଲି ଆକ୍ଷେପ କରୁଥିବା ରାହୁଲ ଏଥର ୩୬ ରାଫେଲ ଯୁଦ୍ଧବିମାନ କ୍ରୟ ପରିପ୍ରେକ୍ଷୀରେ ‘ମିଷ୍ଟର-୩୬’ ବୋଲି ଅଭିହିତ କରୁଛନ୍ତି। ତିନି ଦିନ ପୂର୍ବେ ରାଜସ୍ଥାନର ଏକ ନିର୍ବାଚନ ସଭାରେ ରାହୁଲ ମନମୋହନ ସିଂହଙ୍କ ୟୁପିଏ ସରକାର ସମୟରେ ତିନିଟି ସର୍ଜିକାଲ ଷ୍ଟ୍ରାଇକ୍‍ ହୋଇଥିବା କହିଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories