www.samajalive.in
Saturday, December 6, 2025
17.1 C
Bhubaneswar

ଚୋରା ଚାଲାଣ ସମୟରେ ଗଞ୍ଜେଇ ଜବତ; ୪ ଗିରଫ

ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ଛକରୁ ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ କେ.ନୂଆଗାଁ ଥାନା ଅନ୍ତର୍ଗତ ରାଜାଘର ଗାଁର ଅମନ ଦିଗାଲ (୨୫), ଯୋସାୟା ଦିଗାଲ (୨୦), କୁଦୁରହା ଗ୍ରାମର ଜିତେନ୍ଦ୍ର ଦିଗାଲ (୨୯) ଓ ମନୋଜ ଦିଗାଲ (୩୦)। ସେମାନଙ୍କ ନିକଟରୁ ଏକ ବାଇକ ମଧ୍ୟ ଜବତ ହୋଇଛି।

ସୂଚନା ଅନୁସାରେ, ଗତ ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ କାର୍‌ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ପୁଲିସ ଏ ସମ୍ପର୍କରେ ସୂଚନା ପାଇଁ ଫିରିଙ୍ଗିଆ ଛକରେ ଚଢ଼ାଉ କରିଥିଲା। ଉକ୍ତ କାରରୁ ୧୦୧ କେଜି ୯୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ପୁଲିସ ତାହାକୁ ଜବତ କରିବା ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏ ନେଇ ଏକ ମାମଲା ରୁଜୁ ହୋଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories