ଭୁବନେଶ୍ୱର : ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସୋମବାର ପ୍ରଭୁ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁରପଲ୍ଲୀ। ଶଙ୍ଖ, ମନ୍ତ୍ର ପାଠରେ ଗାଁ ଠାରୁ ସହର କମ୍ପି ଉଠୁଛି। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବିଭିନ୍ନ ପୂଜାମଣ୍ଡପ, କାର୍ଯ୍ୟାଳୟରେ ଅତି ସୁନ୍ଦର ଭାବେ ସାଜସଜ୍ଜା କରାଯାଇଛି। ସକାଳ ସକାଳୁ ଛାତ୍ର ଛାତ୍ରୀମାନେ ଫୁଲ, ନଡ଼ିଆ, କଦଳୀ, ଧୂପ ଆଦି ଅର୍ପଣ କରି ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି। ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ସୁନ୍ଦର ସୁନ୍ଦର ସାଜସଜ୍ଜାରେ ସାରା ଓଡ଼ିଶା ଝଲସୁଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ , ଜଟଣୀ, ଖୋର୍ଦ୍ଧା, ତାଳଚେର, ଦେବଗଡ଼, ବାଲେଶ୍ୱର ଓ ଅନ୍ୟ ସମସ୍ତ ସ୍ଥାନରେ ବେଶ ଆକର୍ଷଣୀୟ ଭାବେ ଗଜାନନଙ୍କ ପୂଜାର୍ଚ୍ଚନା କରାଯାଉଛି।
Popular Categories



