www.samajalive.in
Thursday, December 11, 2025
16.1 C
Bhubaneswar

ବିପଦ ସଂକେତ ଛୁଇଁଲା ବଂଶଧାରା

ଗଜପତି : ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ବିପଦ ସଙ୍କେତ ଛୁଇଁଛି । ଆଜି ସକାଳୁ ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ତିନିଦିନ ଧରି ଗଜପତି ଜିଲା ସମେତ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଜଳସ୍ତର ବଢ଼ିଥିବା କୁହାଯାଇଛି । କାଶୀନାଗର ନିକଟରେ ବିପଦ ସଙ୍କେତ ୫୪.୬୦ ମିଟର ଥିବା ବେଳେ ବର୍ତ୍ତମାନ ୫୫.୧୦ ମିଟର ଜଳସ୍ତର ପ୍ରବାହିତ ହେଉଛି । ବଂଶଧାରାର ତଳମୁଣ୍ଡରେ ଥିବା ଗୋଟା ବ୍ୟାରେଜର ୧୭ଟି ଗେଟକୁ ଖୋଲି ଦିଆଯାଇଛି । ପ୍ରତି ସେକେଣ୍ଡରେ ଏହି ଡ୍ୟାମ ଭିତରକୁ ୪୨୩୬୦ କ୍ୟୁସେକ ପ୍ରବାହିତ ହେଉଥିବା ବେଳେ ୪୩୯୮୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଡ୍ୟାମର ତାଳମୁଣ୍ଡରେ ଥିବା ଲୋକଙ୍କୁ ୧ନଂ ବିପଦ ସାଇରେନ ଦେଇ ସଚେତନ କରାଯାଇଛି । ଗଜପତି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ କାଶୀନଗରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories