www.samajalive.in
Sunday, December 14, 2025
23.1 C
Bhubaneswar

ସ୍ମୃତିରେ ହରିହର ସାର, ଶିକ୍ଷା ଓ ସାହିତ୍ୟର ଏକ ଜ୍ୱଳନ୍ତ ଉଦାହରଣ

ଗଡ଼ମଧୁପୁର: ବିଶିଷ୍ଟ ଗାଳ୍ପିକ, ପ୍ରାବନ୍ଧିକ, ସାହିତ୍ୟିକ, ପ୍ରାଧ୍ୟାପକ ହରିହର ମହାପାତ୍ର ଖଡିରନ୍ତଙ୍କଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଧୁପୁରଗଡ ତାଙ୍କ ବାସ ଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହେବା ସହିତ ତାଙ୍କର ସ୍ମୃତିରେ ଏକ ସ୍ମରଣିକା ‘ଭକ୍ତିନୈବେଦ୍ୟ’ଉନ୍ମୋଚନ ହୋଇଯାଇଛି। ଆୟୋଜିତ ସ୍ମୃତିସଭାରେ ବରିଷ୍ଠ ସାମ୍ବାଦିକ ତଥା ଗୋକର୍ଣ୍ଣିକା ସାହିତ୍ୟା ସମାଜର ସମ୍ପାଦକ ରମାକାନ୍ତ ଜେନା ଖୁବସୁନ୍ଦର ଭାବେ ସଭା ପରିଚାଳନା କରିବା ସହିତ ବହୁ ସାହିତ୍ୟିକ, ସାମ୍ବାଦିକ, ଲେଖକ, ଓ ପଣ୍ଡିତମାନେ ଯୋଗଦାନ କରି ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।

ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବେହେରା ପ୍ରରମ୍ଭିକ ସୁଚନା ପ୍ରଦାନ କରିବା ପରେ ମଞ୍ଚାସିନ ଅତିଥିମାନେ ପ୍ରଥମେ ହରିହରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା। ଆତ୍ମାର ସଦଗତି ନମନ୍ତେ ପଣ୍ଡିତ ଦାମୋଦର ରଥଶର୍ମା ଗୀତାପାଠ କରିଥିଲେ। ସଭାପତି ହରିହରଙ୍କ ଜୀବନିକୁ ମନେ ପକାଇ କହିଥିଲେ ଯେ “ହରିହର ମହାପତ୍ର ଥିଲେ ସାହିତ୍ୟର ଜଣେ ସାରସତ୍ୱ ସାଧକ, ତାଙ୍କର ବିୟୋଗ ଶିକ୍ଷା ଓ ସାହିତ୍ୟ ଉଭୟ କ୍ଷେତ୍ରରେ ଏକ ଶୁନ୍ୟସ୍ଥାନ ସୃଷ୍ଟି କରିଛି”। ବରିଷ୍ଟ ସାମ୍ବାଦିକ ବିଶ୍ୱାନାଥ ସାମଲ ଆତ୍ମାର ମୃତ୍ୟୁ ନଥିବା ଓ ଶୋକସଭା, ପ୍ରର୍ଥନାସଭା ମାଧ୍ୟମର ଅତ୍ମାର ସଦଗତିପ୍ରାପ୍ତି ହୋଇଥାଏ ବୋଲି କହିଥିଲେ। ଏଥିସହିତ ତାଙ୍କର ପାଣ୍ଡିତ୍ୱ ତାଙ୍କୁ କାଳଜୟୀ କରିବ ବୋଲି କହିଥିଲେ।

- Advertisement -

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରିଯୁକ୍ତ ବିଦ୍ୟାଧର ସାହୁ, ପ୍ରଫୁଲ୍ଲ କୁମାର ଶତପଥି, ମନୋରଂଜନ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ ଚିତ୍ତ ରଂଜନ ମହାନ୍ତି, ଧର୍ମଶାଳା ସାହିତ୍ୟ ସମାଜର ସମ୍ପାଦକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଗୋଲଖ ପଲେଇ, ସାମ୍ବାଦିକ, ସମାଜସେବୀ ଶତିସ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଅତିଥିମାନେ ପ୍ରଫେସର ହରିହର ମହାପାତ୍ରଙ୍କୁ ଶିକ୍ଷା ଓ ସାହିତ୍ୟର ଜଣେ ଜ୍ୱଳନ୍ତ ଉଦାହରଣ ଭାବରେ ଉପସ୍ଥପିତ କରିଥିଲେ। କୁଶଦ୍ୱଜ ପଣ୍ଡା, ତ୍ରଲୋଚନ ରାଉତ, ତୁହିନ୍ୟାଂଶୁ ରଥ, ବସନ୍ତ ଶତପଥି, ଧିରେନ୍ଦ୍ର କୁମାର ମିଶ୍ର, ସତ୍ୟାନନ୍ଦ ମିଶ୍ର, ରାଜ କିଶୋର ପାଢୀ, ନୃସିଁହ ମିଶ୍ର, ଅଖିଳ ସ୍ୱାଇଁ, ମାନସ ରଂଜନ ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାଳ, ବିବେକାନନ୍ଦ ଦାସ, ପ୍ରଣବ ପ୍ରକାଶ ଦାସ, ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories