www.samajalive.in
Friday, December 5, 2025
20.1 C
Bhubaneswar

ବନ୍ୟା ପ୍ରଭାବିତଙ୍କୁ ଖାଦ୍ୟ ପରଷିଲେ ଜେନାପୁର ଥାନାଧିକାରୀ

ଗଡମଧୁପୁର: ଜେନାପୁର ଥନା ଅଣ୍ଟିଆ ପଞ୍ଚାୟତ ଅଧିନସ୍ଥ କୁସ୍ତିରା ଓ ବାଉଶଅଣ୍ଟା ଗ୍ରାମରେ ଜେନାପୁର ଥାନାଧିକାରୀଙ୍କ ଦ୍ୱାରା ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ଦୁଇ ଗ୍ରାମରେ ବ୍ରହ୍ମଣୀ ନଦୀର ବନ୍ୟାପାଣି ପ୍ରବେଶ ଫଳରେ ଲୋକେ ପାଣି ଘେରରେ ରହି ତିନିଦିନ ହେବ ରନ୍ଧାବଢା କରିପାରି ନଥିଲେ। ନଦୀ ପଠା ମଧ୍ୟରେ ଏମାନେ ଘର କରି ରହିଥିବାରୁ ଅତ୍ୟଧିକ ବନ୍ୟା ହେବାରୁ ଏହି ଗ୍ରାମରେ ବାସ କରୁଥିବା ଲୋକମାନଙ୍କର ଘରେ ପାଣି ପଶିବା ସହିତ ଅନେକ ଲୋକ ଘର ଛାଡି ଆସି ନଦୀ ବନ୍ଧରେ ଅଶ୍ରୟ ନେଇଥିଲେ। ତେବେ ବନ୍ୟାଂଚଳ ବନ୍ଧ ବାଡର ସୁରକ୍ଷାର ତଦାରଖ କରୁଥିବା ଜେନାପୁର ଥାନାଧିକାରୀ ଆଶିଷ କୁମାର ସାହୁ ଅଜି ଏହି ଦୁଇ ଗାଁର ବନ୍ୟା କ୍ଷତିଗ୍ରସ୍ଥ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲାଖାଦ୍ୟ ଯୋଗଇ ଦେବାକୁ ନିଷ୍ପତି ନେଇଥିଲେ। ଶ୍ରୀ ସାହୁ ନିଜେ ଏହି ଅସହାୟ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ରନ୍ଧା ଖାଦ୍ୟ ପରଷି ଥିଲେ। ସ୍ଥାନୀୟ ଅଂଚଳରେ ନୂତନ ଥାନାଧିକାରୀଙ୍କ ଏ ଭଳି ସେବା ମୂଳକ କର୍ଯ୍ୟକୁ ପ୍ରଶଂସା କରାଯାଇଛି।
ସେହିପରି ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ଠାରେ ଗଢି ଉଠିଥିବା ବଣମଲ୍ଲୀ ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ ବନ୍ୟାକ୍ଷତିଗ୍ରସ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ଅବସରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଘରକୁ ଘର ବୁଲି ଲୋକମାନଙ୍କୁ ବନ୍ୟା ପରବର୍ତ୍ତୀ ଚଳିଣୀ ଉପରେ ସଚେତନ କରାଯାଇଯାଇଥିଲା। ଅନୁଷ୍ଠାନର ଉପଦେଷ୍ଠା ପଦ୍ମନାଭ ଶତପଥିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ପ୍ରଦୀପ ଶତପଥି, ତ୍ରୀଲୋଚନ ବେହେରା, ସଭାପତି ନିର୍ମାଲ୍ୟ କୁମାର ପ୍ରଧାନ, ଲାଲ ମୋହନ ଶତପଥି, ସମ୍ପାଦକ ସରୋଜକାନ୍ତ ବେହେରା, ଜୟଦେବ ଶତପଥି, କୋଷାଧ୍ୟକ୍ଷ ତୀର୍ଥବାସି ଦଳେଇ, ଜତିନ ପଟ୍ଟନାୟକ, ରାକେଶ ସାହୁ ପ୍ରମୁଖ ଘର ଘର ବୁଲି ଶୁଖିଲା ଖାଦ୍ୟ ଦେବା ସହିତ ଲୋକମାନଙ୍କୁ ସଚେତନ କରିଥିଲେ। ପ୍ରଭାବତିଙ୍କୁ ତୁରନ୍ତ ସରାକାରୀ ସହାୟତା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବୀ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories