www.samajalive.in
Friday, December 5, 2025
26.1 C
Bhubaneswar

୫ ଜିଲାରେ ୩୨ ଘାଇ; ୧.୬୮ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ

ଭୁବନେଶ୍ବର: ଚଳିତ ବର୍ଷ ବନ୍ୟା ଓଡ଼ିଶା ପାଇଁ ଆଣିଛି ବିଭୀଷିକା । ବନ୍ୟାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜିଲାର ୧୧୨ଟି ବ୍ଲକ୍ ପ୍ରଭାବିତ ହୋଇଛି । ୫ଟି ଜିଲାର ବିିଭିନ୍ନ ନଦୀବନ୍ଧରେ ୩୨ଟି ଘାଇ ସୃଷ୍ଟି ହେବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ବନ୍ୟାରେ ଅନୁଗୋଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢ଼େଙ୍କାନାଳ, ଜଗତସିଂହପୁର, ଯାଜପୁର,ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲାର ୧୧୨ଟି ବ୍ଲକ ଅନ୍ତର୍ଗତ ୮୯୬ ପଞ୍ଚାୟତର ୩୨୫୬ ଗାଁ ପ୍ରଭାବିତ ହୋଇଛି । ଏଥିରେ ୨୧ଟି ପୌରାଞ୍ଚଳର ୭୫ ୱାର୍ଡ଼ ମଧ୍ୟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ।

- Advertisement -

ଏହି ବନ୍ୟା ଯୋଗୁଁ ୧୪.୩୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୩୪୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  ଏବଂ ୧୦୩୮୨ ଘର ନଷ୍ଟ ହୋଇଛି । ଏହାବ୍ୟତୀତ ୧,୬୮,୯୦୪ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଭାବରେ ଆକଳନ କରାଯାଇଛି ।

ବନ୍ୟା ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଉଦ୍ଧାର କାର୍ଯ୍ୟ ନିମନ୍ତେ ୧୪ଟି ଏନଡ଼ିଆରଏଫ୍, ୧୭ ଓଡ଼ିଆରଏଫ୍ ଓ ୨୨ଟି ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ୨୫୪ଟି ରବର ବୋଟ ସହାୟତାରେ ବିଭିନ୍ନ ସ୍ତାନରେ ଲୋକମାନଙ୍କୁ ଜଳବନ୍ଦୀ ଘେରରୁ ବାହାରକୁ ଅଣାଯାଇଛି ।  ସେହିପରି ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧାଯୋଗାଇ ଦେବା ପାଇଁ ୪୫ଟି ଡ଼ାକ୍ତରୀ ଦଳ ଓ ଗୋରୁଗାଈଙ୍କ ଚିକିତ୍ସା ନିମନ୍ତେ ୪୨ଟି ପଶୁ ଚିକିତ୍ସକ ଦଳଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories