www.samajalive.in
Saturday, December 6, 2025
19.1 C
Bhubaneswar

ଅଵହେଳିତ ଭୀମକୁଣ୍ଡ ପର୍ୟ୍ୟଟନ ସ୍ଥଳୀ

ପାଟଣା: କେନ୍ଦୁଝର ସହର ଠାରୁ ପ୍ରାୟ ୫୫ କି.ମି ଦୂର ଐତିହାସିକ ବୈତରଣୀ ନଦୀ ମଧ୍ୟସ୍ଥ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ। ଏକ ସୁରମ୍ୟ ଏବଂ ପ୍ରାକୃତିକ ସମ୍ଭାର ଭିତରେ ରହିଛି ଭୀମକୁଣ୍ଡ। ଏହି ପର୍ଯ୍ୟଟନ ସ୍ଥଳୀକୁ ପହଞ୍ଚିଵାକୁ ହେଲେ ପାଟଣା ବ୍ଲକରୁ ୧୫ କି.ମି ରାସ୍ତା ଯିଵାକୁ ପଡେ। ଭୀମକୁଣ୍ଡର ଚତୁର୍ଦ୍ଦିଗରେ ପୂରି ରହିଛି ସବୁଜ ବନାନୀ। ସେଠାରେ ରହିଥିଵା ପଥର ଚଟାଣ, ସାନ କୁଣ୍ଡ, ଵଡ଼ କୁଣ୍ଡ, ୱାଚ ଟାୱାର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରେ । ଏଠାରେ ଗୁମ୍ଫା ,ମନ୍ଦିର ମଧ୍ୟ ରହିଛି। ପୂର୍ବରୁ ଏହି ଗୁମ୍ଫା ମଧ୍ୟରେ ମୁନିୠଷିମାନେ ତପସ୍ୟା କରୁଥିଵା ଲୋକେ କୁହନ୍ତି । ଏଠାରେ ମକର ସଂକ୍ରାନ୍ତିରେ ମେଳା ଲାଗିଥାଏ । ଏହି ଦିନରେ ବହୁ ପର୍ୟ୍ୟଟକ ଆସିଥାନ୍ତି। ସେହିପରି ଗ୍ରୀଷ୍ମ, ଶୀତ ହେଉ ଅଵା ଵର୍ଷା, ପ୍ରତି ୠତୁରେ ଏଠାକୁ ପର୍ଯ୍ୟଟକ ଵଣଭୋଜି କରିଵାକୁ ଆସୁଥିଵା ଦେଖିଵାକୁ ମିଳେ। ଏଭଳି ପ୍ରାକୃତିକ ବୈଭଵ, ଐତିହାସିକ ଗୁମ୍ଫା,ପ୍ରାଚୀନତାକୁ ଵଞ୍ଚାଇ ରଖିଥିଵା ସ୍ଥଳୀ ଅଵହେଳିତ। ଏହି ପର୍ୟ୍ୟଟନ ସ୍ଥଳୀର ସ୍ଵଚ୍ଛତା ଓ ରକ୍ଷାଣବେକ୍ଷଣ ପ୍ରତି ଧ୍ୟନ ଦେଵା ଜରୁରି ହୋଇପଡିଛି। ଏଠାରେ ରୁଙ୍ଗଟା ମାଇନ୍ସ ଦ୍ଵାରା କରାଯାଇଥିଵା ପିଇଵା ପାଣି ପ୍ରକଳ୍ପ ଟ୍ୟାପ୍ ନାହିଁ ଓ ଅନେକ ଯାଗାରେ ଭାଙ୍ଗି ଗଲାଣି ।ନୂତନ କରି ହେଇଥିଵା ୱାଚ ଟାୱାର ପ୍ରବେଶ ପଥ ଵନ୍ଦ ରହୁଥିଵା ବେଳେ ଲୋକମାନେ ଡିଆଁ ଡିଇଁ କରି ଭିତରକୁ ଯାଉଛନ୍ତି ଫଳରେ ବାମ ପାର୍ଶ୍ୱ ଷ୍ଟିଲ୍ ନିର୍ମିତ ଗ୍ରିଲଟି ଭାଙ୍ଗିଵାକୁ ଵସିଲାଣି। ୱାଚ ଟାୱାର ଚତୁପାର୍ଶ୍ୱ ରେ ଲାଗିଥିଵା ସୁରକ୍ଷା ଵାଡ଼ ଗୁଡିକ କଳଙ୍କି ଲାଗିଵାର ସମ୍ଭାଵନା ଅଛି ।ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ୨୪୍ଠ୭ କର୍ମଚାରୀ ରଖିଵାକୁ ଅଞ୍ଚଳଵାସୀ ଅନୁରୋଧ କରିଛନ୍ତି। ଏହି ସବୁ ଅସୁଵିଧା ଦୂର କରିଵାକୁ ଜିଲ୍ଲା ପ୍ରସାଶନ ,ପର୍ୟ୍ୟଟନ ଅଧିକାରୀ ଓ ସ୍ଥାନୀୟ ପ୍ରସାଶନ ଦୃଷ୍ଟି ଦେଵାକୁ ଅଞ୍ଚଳଵାସୀଙ୍କ ଦାଵି ହେଉଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories