ଗଡ଼ଖୋରଧା ଲୀଳାକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିଜେ ଉତ୍ସବ
ଭୁବନେଶ୍ୱର: ଭକ୍ତ ବତ୍ସଳ ଜଗନ୍ନାଥ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରା ଶେଷ କରି ଆଜି ଆପଣା ମନ୍ଦିରକୁ ପ୍ରବେଶ କରିଛନ୍ତି। ମହାସମାରୋହରେ ବାହୁଡ଼ା ଯାତ୍ରା ପରେ ସୁନାବେଶ ଓ ଅଧରପଣା ଲାଗି ହୋଇଥିଲା। ଅଭିମାନିନୀ ଲକ୍ଷ୍ମୀ ସାନ୍ତାଣୀ ଦ୍ୱାରଦେଶରେ ପ୍ରଭୁଙ୍କୁ ଅଟକ ରଖିଥିଲେ। ଲକ୍ଷ୍ମୀ ନାରାୟଣ କଳି ଓ ବଚନିକାକୁ ଶ୍ରଦ୍ଧାଳୁମାନେ ଉପଭୋଗ କରିଥିଲେ। ଭାବଗ୍ରାହୀ ରସଗୋଲା ଦେଇ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ। ଏହି ଅବସରରେ ଜଗନ୍ନାଥ ମନ୍ଦିର, କୁଞ୍ଜବିହାରୀ ମନ୍ଦିରର ସେବକ, ମାଳାକାର, ରୂପକାର, ଚିତ୍ରକର, ରଥନିର୍ମାଣ ମହାରଣା ସେବକ, ମହାରାଜା ମୁକୁନ୍ଦଦେବ ପାଇକ ଆଖଡ଼ା ସଂଘର ସଦସ୍ୟମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଉପାୟନ, ମାନପତ୍ରାଦି ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସଭାରେ ଭକ୍ତପ୍ରାଣ ଜାନକୀବଲ୍ଲଭ ପଟ୍ଟନାୟକ, ପରିଚାଳକ ରମାକନ୍ତ ପଟ୍ଟଯୋଶୀ, ଜଗନମୋହନ ପଟ୍ଟନାୟକ ଆଇନଜ୍ଞ ରମେଶ ମହାନ୍ତି, ସମ୍ପାଦକ ଗୋପାଳକୃଷ୍ଣ ଦାସ, ଶୁଭବ୍ରତ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.