www.samajalive.in
Saturday, December 13, 2025
27.1 C
Bhubaneswar

ପଞ୍ଚାୟତ ସ୍ତରୀୟ ମାଣ୍ଡିଆ ଉତ୍ପାଦନ ସଚେତନତା କର୍ମଶାଳା

ଜି.ଉଦୟଗିରି : ଟିକାବାଲି ବ୍ଲକ ଅନ୍ତର୍ଗତ ବଡିମୁଣ୍ଡା ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ କୃଷି କାର୍ଯ୍ୟଳୟ ସହାୟତା ତଥା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ସହଯୋଗରେ ସଂଯାଜିକା ସୁସ୍ମିତା ଜେନାଙ୍କ ଅଧକ୍ଷାତାରେ ପଞ୍ଚାୟତ ସ୍ତରରେ ବହୁଳ ଉତ୍ପାଦନ ସଚେତନତା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କୁମାର କହର, ସରପଞ୍ଚ ବଡିମୁଣ୍ଡା ବଦନ କୁମାର ପ୍ରଧାନ, ସରପଞ୍ଚ ଗାଡ଼ିଙ୍ଗିଆ ଜୀତେନ୍ଦ୍ର ମଲିକ, ସରପଞ୍ଚ ପାଦାଙ୍ଗୀ ଶୁଭଲକ୍ଷ୍ମି ପ୍ରଧାନ, ସହକାରୀ ଉଦ୍ୟାନ ଅଧିକାରୀ ରାଜେଶ ବିଶ୍ଵାଳ, ସହକାରୀ କୃଷୀ ଅଧିକାରିଣୀ ଶୁଭସ୍ମିତା ସାହୁ, ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ ଯୋଗ ଦେଇ ମାଣ୍ଡିଆ ଚାଷ କଲେ ପ୍ରୋତ୍ସାହନ ରାଶି ପ୍ରଦାନ, ମାଣ୍ଡିଆର ଉପକାରିତା ମାଣ୍ଡିଆକୁ ବ୍ୟବହାର କଲେ ନିରୋଗ ରହିବା ବର୍ତ୍ତମାନ ମାଣ୍ଡିଆ ଚାଷକୁ ସାରା ବିଶ୍ଵରେ ଏହାର ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସିଧସଳଖ ସହାୟତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହାପରେ ସଫଳ ଚାଷୀଙ୍କୁ ମାନପତ୍ର ପ୍ରଦାନ ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସ୍ଵାତୀର କର୍ମୀ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମୀ ସହଯୋଗ କରିଥିଲେ। ପୁର୍ବରୁ ରଧମାଧବ ପଣ୍ଡା ଓ କୁସ ସାନସେଟଙ୍କ ଦ୍ବାରା ଭିଡ଼ିଓ ମାଧ୍ଯମରେ ପ୍ରଦର୍ଶନୀ କରି ଚାଷୀଙ୍କୁ ଅଧିକା ଅମଳ ଉପାରେ ସଚେତନତା କରିଥଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories