www.samajalive.in
Monday, December 8, 2025
24.1 C
Bhubaneswar

ମହିଳା ଏସଆଇ ଆତ୍ମହତ୍ୟା ମାମଲା: ଥାନା ଅଧିକାରୀ ରେବତୀ ଶବରଙ୍କ ନିଲମ୍ବନ ଓ ଗିରଫ ଦାବିରେ ଧାରଣା

ଜି ଉଦୟଗିରି : ସ୍ଥାନୀୟ ଥାନାରେ କାର୍ଯ୍ୟରତ ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟାକୁ ପାଖାପାଖି ୩୨ଘଣ୍ଟା ବିତିଯାଇଥିଲେ ମଧ୍ୟ ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରାଇ ଥାନା ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କ କହିବା କଥା ହେଉଛି, ଆମ ଭଉଣୀକୁ ଥାନା ଅଧିକାରୀ ରେବତୀ ଶବର କ୍ୱାର୍ଟର ଛାଡ଼ିବାକୁ କହିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାପ ପକାଉଥିଲେ। ପାଖାପାଖି ୨୦ଘଣ୍ଟା ହେଲାଣି ଆମେ ଦେଇଥିବା ଏତଲା ଆଧାରରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ନିଲମ୍ବନ ଓ ଗିରଫ କରାଯାଉନାହିଁ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନୀତ୍ ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚିଥିବା ସହ ଲିଖିତ ପ୍ରତଶ୍ରୁତି ନଦେଲେ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଧାରଣାରୁ ଓହରିବୁନାହିଁ ବୋଲି କହିଛନ୍ତି ପରିବାର ଲୋକେ।

ବିବରଣୀରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁରର ସ୍ୱାଗତିକା ବେହେରା ୨୦୧୯ମସିହାରେ ତାଲିମ ସାରି ସ୍ଥାନୀୟ ଥାନାରେ ଏସଆଇ ଭାବେ ଡିସେମ୍ବର ୨୦୨୧ରେ ପ୍ରଥମେ ଜି ଉଦୟଗିରିରେ ଦାୟିତ୍ଵ ଗ୍ରହଣ କରିଥିଲେ। ଘଟଣା ଦିନ ସେ ସକାଳ ଜଳଖିଆ ନେବାକୁ ନଆସିବାରୁ ବସାକୁ ଯାଇ ଡାକିବା ପରେ ଭିତର ପଟୁ କବାଟ ବନ୍ଦ ଥିବାରୁ ପଛ ପଟୁ କବାଟ ଖୋଲି ଦେଖିଲା ବେଳକୁ ସ୍ୱାଗତିକାଙ୍କୁ ଝୁଲାନ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ତହସିଲଦାର ଶୁଭ୍ରଂଜଳୀ ପ୍ରଧାନ, ଅତିରିକ୍ତ ତହସିଲଦାର ଭଞ୍ଜନ କହଁର, ଡିଏସପି ବି ଏମ୍ ହରପାଲ୍, ଉପଖଣ୍ଡ ପୁଲିସ ଅଧିକାରୀ ଡି ତିରୁପତି ରାଓ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚିଥିବା ସହ ଥାନା ଅଧିକାରୀ ରେବତୀ ଶବରଙ୍କୁ ଅନ୍ୟତ୍ର ବଦଳି କରାଯିବା ସଂଗେସଂଗେ ତଦନ୍ତ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରିବାର ବର୍ଗ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚିବା ନେଇ ତାଙ୍କ ଜିଦରେ ଅଟଳ ଅଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories