www.samajalive.in
Sunday, December 14, 2025
23.1 C
Bhubaneswar

ଲେକ୍ଚରର୍ ବୁଳିଆନ ମେମୋରିଆଲ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ଦିନରେ ୧-୦ରେ ସାରଙ୍ଗଡ ବିଜୟୀ

ଜି ଉଦୟଗିରି: ଦୀପକ ଫୁଟବଲ୍ କ୍ଲବ ସହଯୋଗରେ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଲେକ୍ଚରର ବୁଳିଆନ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ସାରଙ୍ଗଡ଼ ବନାମ ଭଞ୍ଜନଗର (ଚକରାବିଶୋଇ) ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ସୁଷମା ପ୍ରଧାନ ଯୋଗଦେଇ କ୍ରୀଡା ଦ୍ଵାରା ଉତ୍ତମ ସ୍ୱାସ୍ଥ୍ୟ ସହ ଭାଇଚାରା ସୃଷ୍ଟି କରିବାର ମାଧ୍ୟମ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ସୁନୀଲ କୁମାର ନାୟକ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ମାଜିରା ପ୍ରଧାନ, ସହକାରୀ ଯନ୍ତ୍ରୀ ମର୍କେଶ ମାଲିକ, ସାମ୍ବାଦିକ ଦେବନାଥ ଦଳବେହେରା ଶାନ୍ତନୁ କୁମାର ପ୍ରଧାନ ଏ କ୍ରିଷ୍ଣା ଓ ସୂର୍ଗତ ବୁଲିଙ୍କ ଝିଅ ଏନ୍ ପ୍ରଶଂସା ଉପସ୍ଥିତ ଥିଲେ। ମ୍ୟାଚକୁ କିଶୋର ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ଆଜିର ମ୍ୟାଚରେ ସାରାଙ୍ଗଡ ୧/୦ ରେ ବିଜୟା ହୋଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ମୋହନ ମାଝୀ ଓ ବେଷ୍ଟ ଡ଼ିଫେନ୍ସ ଭବେ ସିଦ୍ଧାନ୍ତ ପ୍ରଧାନକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories