ରାଇକିଆରେ ଚାଞ୍ଚଲ୍ୟ ; ପୁଅ ଝିଅକୁ ହତ୍ୟା କରି ମାଆର ଆତ୍ମହତ୍ୟା ବିଫଳ
ଜି ଉଦୟଗିରି : ପୁଅ ଝିଅଙ୍କୁ ହତ୍ୟା କରି ମାଆର ଆତ୍ମହତ୍ୟା ବିଫଳ । ଏଭଳି ଲୋମ ଟାଙ୍କୁରା ଘଟଣା ଆଜି ରାଇକିଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଛି।
ସୂଚନା ଯୋଗ୍ୟ, ଏ ମ୍ ଭାଗ୍ୟ ଲକ୍ଷ୍ମୀ ପାତ୍ର (୩୦) ତାଙ୍କ ସ୍ବାମୀ ଏ ମ୍ ରାଜ୍ୟଶ୍ୱର ପାତ୍ରଙ୍କ ସହ ପାରିବାରିକ କଳହ ଲାଗି ରହିଥିଲା। ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ଭିତରେ ଭଲ ସମ୍ପର୍କ ନଥିଲା। ଶୁକ୍ରବାର କଳହ ଉଗ୍ରରୂପ ନେଇଥିଲା ଫଳରେ ଆଜି ଭାଗ୍ୟ ଲକ୍ଷ୍ମୀ ନିଜର ଝିଅ ଏ ମ୍ ବୈଷ୍ଣବୀ ପାତ୍ର (୧୦) , ପୁଅ ଏ ମ୍ ଯୁବରାଜ ପାତ୍ର (୪) ବର୍ଷକୁ କୂଅ କୁ ଠେଲି ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେ଼ଷ୍ଟା କରିଥିଲେ ମଧ୍ୟ ଆତ୍ମହତ୍ୟା କରିବାକୁ ସାହସ ପାଇନଥିଲା। ଖବର ପାଇ ଘଟଣା ସ୍ଥଳରେ ଜି ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ଡ ତିରୁପତି ରାୟ ପଟ୍ଟନାୟକ ଓ ଥାନା ଅଧିକାରୀ ଶ୍ରକାନ୍ତ ଖମାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛନ୍ତି।
Comments are closed.