www.samajalive.in
Saturday, December 6, 2025
26.1 C
Bhubaneswar

ଅଙ୍ଗନୱାଡି ଦିଦିଙ୍କ ଦୁର୍ନୀତି ଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ……

ରେଙ୍ଗାଲି : ଲୁରୁପାଲି ଗ୍ରାମରେ ଆଜିକୁ ଦୁଇ ମାସ ଧରି ଅଙ୍ଗନୱାଡି କର୍ମୀ ଓ ଅଭିଭାବକଙ୍କ ମଧ୍ୟରେ ଗୋଷ୍ଟି କନ୍ଦଳ ଲାଗି ରହିଛି। ଉକ୍ତ ଗ୍ରାମର ୧ନଂ ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀଙ୍କ  ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ  ଅଭିଭାବକମାନେ ଗତ ଅକ୍ଟୋବର ୧୪ରେ ଅତାବିରା ବ୍ଲକ ରେ ଲିଖିତ ଅଭିଯୋଗ କରିଥିଲେ ଯାହାକି ଅଭିଯୋଗ କୁ ଭିତ୍ତିକରି ଅକ୍ଟୋବର ୧୯ରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଗାଆଁରେ ଏକ ସଭାର ଆୟୋଜନ ହୋଇଥିଲା। ସେହି ସଭାରେ ଉପସ୍ଥିତ  ସୁପରଭାଇଜର ଏହି ସମସ୍ୟାର  ସମାଧାନ  କରିପାରି ନଥିଲେ।ଫଳରେ ଗ୍ରାମବାସୀ ଉତ୍ତେଜିତ ହୋଇ ୨୦ଅକ୍ଟୋବର ରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ  ହୋଇଥିଲେ।ହେଲେ ସେଠାରେ  ମହିଳା ମାନଙ୍କୁ ଭିତରକୁ ପ୍ରବେଶ  କରିବାକୁ ଅନୁମତି ଦିଆଯାଇନଥିବା ବେଳେ କିଛି କର୍ମଚାରୀ  ଜିଲ୍ଲାପାଳ  ଅନୁପସ୍ଥିତ  ଅଛନ୍ତି ବୋଲି କହିଥିଲେ।ମହିଳା ମାନଙ୍କ ଠାରୁ  ଲିଖିତ ଅଭିଯୋଗ କୁ ନେଇ ଅଭିଯୋଗ ବାକ୍ସରେ ପକାଇଥିଲେ । ସେଠାରେ ନିୟୋଜିତ ଥିବା ଜିଲ୍ଲା ଶ୍ରମିକ ଅଧିକାରୀ  ୮ଦିନ ସମୟ ମାଗିଥିଲେ।ଯାହାକି ଆଜିଯାଏ  କୌଣସି ପ୍ରଶାସନ ଅଧିକାରୀ କିଛି ପଦକ୍ଷେପ ନେଇ  ନାହାନ୍ତି।ପରିଣାମ ସ୍ବରୂପ  ଶିଶୁ ମାନଙ୍କ ପାଇଁ କେନ୍ଦ୍ରରୁ ଖାଦ୍ୟ କିମ୍ବା କୌଣସି ଜିନିଷ ଗ୍ରହଣ  ନକରିବା ପାଇଁ  ଅଭିଭାବକ ମାନେ ଜିଦ୍ ଧରି ବସିଛନ୍ତି।ଯେତେଦିନ ପର୍ୟ୍ୟନ୍ତ  ଏହି ଅଙ୍ଗନୱାଡି କର୍ମୀଙ୍କୁ ନିଲମ୍ବିତ କିମ୍ବା ବଦଳି କରାଯାଇ ଅନ୍ୟ ଜଣକୁ ନିୟୋଜିତ କରାନଯାଏ ସେତେଦିନ ପର୍ୟ୍ୟନ୍ତ କୌଣସି ଖାଦ୍ୟ  କିମ୍ବା ଜିନିଷ ଏହି କେନ୍ଦ୍ରରୁ ଗ୍ରହଣ କରିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି।ଏହି ଘଟଣା ପରେ ବି ସେହି କର୍ମୀ ଜଣକ ଶିଶୁ ମାଁ ମାନଙ୍କୁ କମେଣ୍ଟ ମାରୁଥିବା ନେଇ ଗ୍ରାମବାସୀ ଗତ ନଭେମ୍ବର ୫ରେ ଥାନାରେ ଅଭିଯୋଗ କରିଥିଲେ । ସେଠାରେ କର୍ମୀ ଜଣକ ନିଜର ଭୁଲ ପାଇଁ କ୍ଷମା ମାଗିଥିଲେ ଓ ଆଉ କେବେ ଏମିତି କାଲି ଝଗଡ଼ା କରିବେନି ବୋଲି ଲିଖିତ ଭାବେ ଦେଇଥିଲେ। କିନ୍ତୁ ଅଭିଭାବକ ମାନେ କର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କୃତ ନ କଲେ ସେମାନେ ଆଗକୁ ସିଡିପି ଓ ଅଫିସ୍ ରେ ତାଲା ପକେଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏମିତି ପରିସ୍ଥିତି  ଅଣାୟତ୍ତ ହେବାକୁ  ଯାଉଥିଲେ ମଧ୍ୟ ପ୍ରଶାସନ ନିରବ ରହିଥିବା ପଛରେ କି ରହସ୍ୟ ଅଛି ତାହା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଜିଲା ପ୍ରଶାସନ ଏଥିପ୍ରତି କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories